କନକ ବ୍ୟୁରୋ: ପତ୍ନୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ଅଭିଯୁକ୍ତ ସ୍ୱାମୀକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କଲା ପୋଲିସ । ରିମାଣ୍ଡ ସମୟରେ କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ଟିମ । ସେପଟେ ରାଜ୍ୟ ଫରେନସିକକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ ମେଡିସିନ । ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ ପାଇଁ ଫରେନସିକ ଲାବକୁ ପଠାଇଛି ପୋଲିସ । ଗତ ୨୮ତାରିଖରେ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ପତ୍ନୀ ଶୁଭଶ୍ରୀଙ୍କୁ ହତ୍ୟାକରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ । ହତ୍ୟାରେ ପ୍ରଦ୍ୟୁମ୍ନଙ୍କୁ ସହଯୋଗ କରିଥିଲେ ଦୁଇ ବାନ୍ଧବୀ । ହତ୍ୟା ପରେ ଆତ୍ମହତ୍ୟାର ରୁପ ଦେବାକୁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଡାକ୍ତରଙ୍କୁ କହିଥିଲା ଅଭିଯୁକ୍ତ ସ୍ୱାମୀ ।
ପତ୍ନୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା: ଅଭିଯୁକ୍ତ ସ୍ୱାମୀକୁ ୩ଦିନିଆ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସର ଆବେଦନ
ପତ୍ନୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ଅଭିଯୁକ୍ତ ସ୍ୱାମୀକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କଲା ପୋଲିସ । ରିମାଣ୍ଡ ସମୟରେ କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ଟିମ ।