ଭୁବନେଶ୍ୱରରୁ ଲୁଟିଲେ, ଦିଲ୍ଲୀରୁ ବନ୍ଧା ହେଲେ ; ଘଟଣାର ପର୍ଦ୍ଦାଫାଶ କଲା କମିସନରେଟ୍ ପୁଲିସ

ଗତ ୨୧ ଜୁଲାଇରେ ଭୁବନେଶ୍ବରରୁ ୨୩୦ ଗ୍ରାମ ସୁନା ଲୁଟିଥିଲେ ଦୁଇ ଅଭିଯୁକ୍ତ ଖୁର୍ସିଦ ଖାନ୍ ଓ ମହମ୍ମଦ ଆରିଫ । ସୁନାକୁ ନେଇ ଦିଲ୍ଲୀ ଫେରାର ମାରିଥିଲେ ଅଭିଯୁକ୍ତ ।

04

କନକ ବ୍ୟୁରୋ : କମିସନରେଟ୍ ପୁଲିସ ହାତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ । ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଲୁଟେରା । ଗତ ୨୧ ଜୁଲାଇରେ ଭୁବନେଶ୍ବରରୁ ୨୩୦ ଗ୍ରାମ ସୁନା ଲୁଟିଥିଲେ ଦୁଇ ଅଭିଯୁକ୍ତ ଖୁର୍ସିଦ ଖାନ୍ ଓ ମହମ୍ମଦ ଆରିଫ । ସୁନାକୁ ନେଇ ଦିଲ୍ଲୀ ଫେରାର ମାରିଥିଲେ ଅଭିଯୁକ୍ତ । ତେବେ ଜିଟିଟାଲ ପ୍ରମାଣ ଆଧାରରେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିଥିଲା କମିସନରେଟ୍ ପୁଲିସ । ଅଭିଯୁକ୍ତର ପ୍ରତିଟି ଗତିବିଧି ଉପରେ ନଜର ରଖି ଧରିଥିଲା ପୁଲିସ ।

ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଅଞ୍ଚଳରେ ଏହି ଗ୍ୟାଙ୍ଗ୍‌ ଅପରେଟ୍‌ କରୁଥିବା ପୁଲିସ କମିସନର ସୂଚନା ଦେଇଛନ୍ତି । ସମସ୍ତ ସୁନା ଗହଣାକୁ ନେଇ ବିକ୍ରି କରି ଟଙ୍କା ଆଣିଥିଲେ । ସେମାନଙ୍କଠାରୁ ମୋଟ ୧୮ ଲକ୍ଷ ଟଙ୍କା ଜବତ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe