ଆଉ ଖରାରେ ହଇରାଣ ହେବେନି କି ବର୍ଷାରେ ଓଦା ହେବେନି ସଫେଇ କର୍ମଚାରୀ : ଭାରତର ଏହି ରାଜ୍ୟରେ ସଫେଇ କର୍ମଚାରୀଙ୍କ ମୁଣ୍ଡରେ ଲାଗିଲା ୱେୟାରେବଲ୍ ଛତା

ବାହାରେ କାମ କରୁଥିବା ସମୟରେ ଖରା ଏବଂ ବର୍ଷା ଦାଉରୁ ସୁରକ୍ଷା ଦେବାରେ ଏହି ଗିଅର୍ କେତେ ପ୍ରଭାବଶାଳୀ ହେବ, ତାହା ମୂଲ୍ୟାଙ୍କନ କରିବା ଏହି ପଦକ୍ଷେପର ଲକ୍ଷ୍ୟ ଅଟେ ।

Worker

Worker Photograph: (KanakNews)

କନକ ବ୍ୟୁରୋ : କୋଏମ୍ବାଟୁର କର୍ପୋରେସନ୍ ସଫେଇ କର୍ମଚାରୀଙ୍କ ପାଇଁ କାର୍ଯ୍ୟ କରିବାର ସ୍ଥିତିକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ରାସ୍ତା ସଫା କରୁଥିବା ସଫେଇ କର୍ମଚାରୀଙ୍କ ପାଇଁ ୱେୟାରେବଲ୍ ଛତା ଗିଅର୍ ପରୀକ୍ଷା କରିବାକୁ ଏକ ପାଇଲଟ୍ ଯୋଜନା ଆରମ୍ଭ କରାଯାଇଛି । ବାହାରେ କାମ କରୁଥିବା ସମୟରେ ଖରା ଏବଂ ବର୍ଷା ଦାଉରୁ ସୁରକ୍ଷା ଦେବାରେ ଏହି ଗିଅର୍ କେତେ ପ୍ରଭାବଶାଳୀ ହେବ, ତାହା ମୂଲ୍ୟାଙ୍କନ କରିବା ଏହି ପଦକ୍ଷେପର ଲକ୍ଷ୍ୟ ଅଟେ ।

safeikarmi
safeikarmi Photograph: (google)

ଏହି ଗିଅରରେ ଏକ ବ୍ୟାକ୍‍ପ୍ୟାକ୍ ଷ୍ଟାଇଲ୍ ଛତା ରହିଛି, ଯାହା ସାମ୍ନାରେ ଏକ ସ୍ୱଚ୍ଛ ପ୍ୟାନେଲ୍ ଲାଗିଛି । ଏହା କର୍ମଚାରୀମାନଙ୍କୁ ଖରା ଦାଉରୁ ସୁରକ୍ଷା ଦେବା ସହ ସେମାନଙ୍କର ହାତ ଖାଲି ରଖି ସଫେଇ କାର୍ଯ୍ୟ କରିବାକୁ ସୁବିଧା ଯୋଗାଇ ଦେବ । କର୍ପୋରେସନ୍ ଅଧିକାରୀଙ୍କ ଅନୁସାରେ, ଏହି ସେଟଅପ୍ କର୍ମଚାରୀମାନଙ୍କୁ ବିଶେଷ କରି ଖରାପ ପାଗରେ ଅଧିକ ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି । କର୍ପୋରେସନର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ପାଇଲଟ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ୨୦ ଜଣ ସଫେଇ କର୍ମଚାରୀଙ୍କୁ ଏହି ୱେୟାରେବଲ୍ ଛତା ଗିଅର୍ ବଣ୍ଟା ଯାଇଛି । ସେ କହିଛନ୍ତି, “ଏହି ପରୀକ୍ଷା ଏକ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । କର୍ପୋରେସନ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଏହା କରାଯାଉଛି । ପ୍ରତ୍ୟେକ ଗିଅରର ମୂଲ୍ୟ ପ୍ରାୟ ୨,୦୦୦ ଟଙ୍କା ହେବ ଏବଂ ଏହା ସ୍ଥାନୀୟ MSME ମାନଙ୍କଠାରୁ ଅଣାଯାଇଛି ।" କର୍ପୋରେସନ୍ କର୍ମଚାରୀଙ୍କ ମତାମତ ସମୀକ୍ଷା କରିବାକୁ ଏବଂ ପରୀକ୍ଷା ସମୟରେ ଗିଅରର କାର୍ଯ୍ୟଦକ୍ଷତା ଆକଳନ କରିବାକୁ ଯୋଜନା କରୁଛି । ତେବେ ଏହି ଛତା ଗିଅର୍ କୋଏମ୍ବାଟୁର ସଫେଇ କର୍ମୀଙ୍କ ପାଇଁ ଅନେକ ସୁବିଧା ଆଣିଦେଇଛି । ତେବେ କୋଏମ୍ବାଟୁର ଭଳି ଓଡ଼ିଶାରେ ମଧ୍ୟ ଏହି ସୁବିଧା ଲାଗୁ କଲେ ସଫେଇ କର୍ମଚାରୀଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe