କଟକରେ ମଣ୍ତପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ; ଭିଡ଼ରେ ଅଧଘଣ୍ଟା ହେଲା ଅଟକିିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍

Advertisment

ପୂଜା ମଣ୍ତପ ବୁଲା ମଧ୍ୟରେ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । କଟକର ଚୌଧୁରୀ ବଜାର ପୂଜା ମଣ୍ତପ ସାମ୍ନାରେ ଅଧଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଫସିଥିବା ନେଇ ସୂଚନା ମିଳିଛି ।

ପୂଜା ମଣ୍ତପ ବୁଲା ମଧ୍ୟରେ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । କଟକର ଚୌଧୁରୀ ବଜାର ପୂଜା ମଣ୍ତପ ସାମ୍ନାରେ ଅଧଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଫସିଥିବା ନେଇ ସୂଚନା ମିଳିଛି ।

CM's carcade

କନକ ବ୍ୟୁରୋ : କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ପ୍ରତାପନଗରୀ, ବାଲିକୁଦା, ଚାଉଳିଆଗଞ୍ଜ ପୂଜାମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଖାନନଗର ପୂଜା ମଣ୍ଡପରେ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ପୂଜା ମଣ୍ତପ ବୁଲା ମଧ୍ୟରେ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । କଟକର ଚୌଧୁରୀ ବଜାର ପୂଜା ମଣ୍ତପ ସାମ୍ନାରେ ଅଧଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଫସିଥିବା ନେଇ ସୂଚନା ମିଳିଛି । ସାଧାରଣ ଲୋକଙ୍କ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି । ତେବେ ପୋଲିସ ପକ୍ଷରୁ ସବୁପ୍ରକାର ଉଦ୍ୟମ ଜାରି ରହିଛି । କିଭଳି ଭାବେ ଏହି ଭିଡ଼କୁ ନିୟନ୍ତ୍ରଣ କରିବେ, ସେନେଇ ଡିସିପି ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।

କଟକରେ ପୂଜା ମଣ୍ଡପ ବୁଲିବା ପରେ ଭୁବନେଶ୍ୱର ଫେରି ଆସିବେ ମୁଖ୍ୟମନ୍ତ୍ରୀ । ଏହାପରେ ଅପରାହ୍ଣରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe