କନକ ବ୍ୟୁରୋ : ଟ୍ରମ୍ପ ଜିତିବା ପରେ ବଢିଲା ପିଲାଙ୍କ ନାଗରିକତା ଚିନ୍ତା । ଏଣିକି ନୂଆ ଜନ୍ମିତ ପିଲାଙ୍କୁ ସ୍ବତଃପ୍ରବୃତ ଭାବେ ନାଗରିକତା ମିଳିବ ନାହିଁ । ଜିତିବାର ଦିନକ ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ଏନେଇ ଟ୍ରମ୍ପଙ୍କ ଅଫିସିଆଲ କ୍ୟାମ୍ପେନ ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ବାରା ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କ ପିଲାଙ୍କୁ ଆମେରିକାର ନାଗରିକତା ମିଳିବ ନାହିଁ । ସେହିମାନଙ୍କ ପିଲାଙ୍କୁ ନାଗରିକତା ମିଳିବ ଯେଉଁମାନଙ୍କର ପିତା ଓ ମାତାଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିବେ ।  ଅବା ଯେଉଁମାନେ ଆଇନ ଅନୁସାରେ ଆମରିକାରେ ରହୁଥିବେ ସେମାନଙ୍କର ପିଲାଙ୍କୁ ନାଗରିକତା ମିଳିଛି ।

Advertisment

ଆମେରକା ସମ୍ବିଧାନର ୧୪ତମ ଅଧ୍ୟାଦେଶରେ ଏହି ନିୟମ କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଆମେରିକାରେ ଥିବା ଭାରତୀୟଙ୍କ ଚିନ୍ତା ବଢିଛି । ପ୍ରାୟ ଆମେରିକାରେ ଜନ୍ମିତ ୧୬ ଲକ୍ଷ ଭାରତୀୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏପିରିକି ଗ୍ରୀନ୍ କାର୍ଡଧାରୀ ତଥା ଆମେରିକାର ସ୍ଥାୟୀ ବାସିନ୍ଦା ହୋଇଥିବା ଭାରତୀୟଙ୍କ ପିଲାଙ୍କୁ ସ୍ବତଃପ୍ରବୃତ ଭାବେ ନାଗରିକତା ମିଳିବ ନାହିଁ ।