ଚିରାଗ ପାସୱାନ୍ ଲଢିବେ ବିହାର ବିଧାନସଭା ନିର୍ବାଚନ, ପଢନ୍ତୁ ଏକା ଲଢିବେ ନା ଏନଡିଏ ସହ ମିଳିତ ଭାବେ

ବିହାର ଫାଷ୍ଟ ବିହାରୀ ଫାଷ୍ଟ ନାରା ଦେଉଥିବା ଏଲଜେପିର ରାଜନୀତି ବିହାର କେନ୍ଦ୍ରିତ ବୋଲି ସଂସଦୀୟ ଦଳ ବୈଠକ ପରେ ସ୍ପଷ୍ଟ ହୋଇଛି । ହେଲେ ଏକଥା ସ୍ପଷ୍ଟ ହୋଇନାହିଁ ଦଳ ଏନଡିଏ ମେଣ୍ଟରେ ନିର୍ବାଚନ ଲଢିବ ନା ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇବ । 

KþqòKþqþZþþ

କନକ ବ୍ୟୁରୋ : ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ତା ପୂର୍ବରୁ ବିହାର ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି । ଉଭୟ ଏନଡିଏ ଓ ମହାମେଣ୍ଟ ଭିତରେ ଫାଟ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଆସନ ବୁଝାମଣାକୁ ନେଇ ମହାମେଣ୍ଟରେ କଂଗ୍ରେସ କେଁ କାଢୁଥିବା ବେଳେ ଏନଡିଏର ସହଯୋଗୀ ଥିବା ଚିରାଗ ପାସୱାନଙ୍କ ଏଲଜେପି ଏବେ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି । ଏନେଇ ଏଲଜେପିର ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଥିବା ଦଳର ମୁଖ୍ୟ ଚିରାଗ ପାସୱାନ ମଧ୍ୟ ବିଧାନସଭା ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ କିଛିିଦିନ ତଳେ ଚିରାଗ ଦେଇଥିବା ଏକ ବୟାନ ମୁତାବକ ସେ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି ଓ ଦଳର କର୍ମକର୍ତ୍ତା ସମାନ କଥା ଚାହୁଥିବା କଥା ସେ କହିଥିଲେ । ବିହାର ଫାଷ୍ଟ ବିହାରୀ ଫାଷ୍ଟ ନାରା ଦେଉଥିବା ଏଲଜେପିର ରାଜନୀତି ବିହାର କେନ୍ଦ୍ରିତ ବୋଲି ସଂସଦୀୟ ଦଳ ବୈଠକ ପରେ ସ୍ପଷ୍ଟ ହୋଇଛି । ହେଲେ ଏକଥା ସ୍ପଷ୍ଟ ହୋଇନାହିଁ ଦଳ ଏନଡିଏ ମେଣ୍ଟରେ ନିର୍ବାଚନ ଲଢିବ ନା ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇବ । 

ଚିରାଗ ପାସୱାନ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ କି ମୋଦୀ ସରକାରଙ୍କ ସମୟରେ ତାଙ୍କୁ କାମ କରିବାର ସ୍ୱତନ୍ତ୍ରତା ମିଳିଛି । ହେଲେ ଗତ କିଛି ସମୟ ହେବ ଏନଡିଏର କିଛି ପ୍ରସଙ୍ଗକୁ ଚିରାଗ ଖୋଲାଖୋଲି ବିରୋଧ କରୁଛନ୍ତି । ଯେମିତି କି, ହିନ୍ଦୁ-ମୁସଲମାନ ପ୍ରସଙ୍ଗ, ଜାତିଗତ ଜନଗଣନା ପ୍ରସଙ୍ଗ, ଲାଟେରାଲ ଏଣ୍ଟ୍ରି ପ୍ରସଙ୍ଗକୁ ଚିରାଗ ସିଧାସଳଖ ବିରୋଧ କରୁଛନ୍ତି । ଚିରାଗ କହିଥିଲେ କି ଏଲଜେପି ଏନଡିଏ ମେଣ୍ଟରେ ରହିଛି ସତ ହେଲେ ବିଜେପିର ପ୍ରକ୍ସି ପାର୍ଟି ଭାବେ କାମ କରିପାରିବ ନାହିଁ । ଚିରାଗଙ୍କ ଏଭଳି ବୟାନ ଓ ବିହାର ବିଧାନସଭା ନିର୍ବାଚନରେ ଦଳ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ଭଳି ଘଟଣା ଦେଖିଲେ ଲାଗୁଛି କି, ବିହାରରେ ଏନଡିଏ ମେଣ୍ଟରେ ମଧ୍ୟ ସବୁକିଛି ଠିକ୍ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe