କନକ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ଛାରଖାର ମିଆଁମାର । ପଡୋଶୀ ଦେଶ ଥାଇଲାଣ୍ଡ ମଧ୍ୟ ବାଦ ପଡିନି । ଶକ୍ତିଶାଳୀ ଭୂମିକମ୍ପରେ ଥାଇଲାଣ୍ଡର ୩୩ ମହଲା ବିଶାଳ ଅଟ୍ଟାଳିକ ଭାଙ୍ଗିବା ପଛରେ ଚୀନର କନେକ୍ସନ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏପରିକି ଥାଇଲାଣ୍ଡ ସରକାରଙ୍କ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ସ୍ଥିତି ପରଖିଛନ୍ତି । ଚୀନର ଏକ ସଂସ୍ଥା ଏହି ବିଶାଳ ଅଟ୍ଟାଳିକା ନିର୍ମାଣ କରିଥିଲା ଓ ନିର୍ମାଣ ସମୟରେ ଅନେକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି । ୩ବର୍ଷ ହେବ କୋଠାର ନିର୍ମାଣ ଚାଲିଥିଲା ଯାହା ବଜେଟ ଥିଲା ୩୫ ମିଳିୟନ ଡଲାର । ଅଟ୍ଟାଳିକା ଭାଙ୍ଗିବା ସହ ଏହା ତଳେ ୩୦ରୁ ଅଧିକ ଶ୍ରମିକ ଦବି ଯାଇଥିଲେ । ଯେଉଁମାନଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ହେବା ସହ ୧୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ସେହିପରି ୩୨ଜଣ ଆହତ ହେବା ସହ ୭୨ଜଣଙ୍କ କୌଣସି ଖୋଜଖବର ନାହିଁ । ଘଟଣାରେ ୪ଜଣ ଚୀନ ନାଗରିକ ଯେଉଁମାନେ ଅଟ୍ଟାଳିକାର ନିର୍ମାଣ କାମ ଦାୟିତ୍ବରେ ଥିଲେ ସେମାନଙ୍କୁ ଗିରଫ କରାଯାଇଛି । ତେବେ ପ୍ରଶ୍ନ ଉଠିଥିଲା ସେତିକିବେଳେ ଯେବେ ଭୂକମ୍ପରେ ଅନେକ ଘର ଭୁଷୁଡିଥିଲେ ମଧ୍ୟ ଇଏ ଏକ ମାତ୍ର ଅଟାଳିକା ଯାହା ନିର୍ମାଣଧୀନ ଅବସ୍ଥାରେ ଭୁଷୁଡିପଡିଥିଲା । ଘଟଣା ପରେ ଚୀନ ଇଞ୍ଜିନିୟରମାନେ କାହିଁକି ନିର୍ମାଣ ସମ୍ବନ୍ଧିତ ଦସ୍ତାବିଜ ଲୁଚାଇଥିଲେ ତାକୁ ନେଥ ଜେରା ଚାଲିଛି ।
ଭୁଶୁଡ଼ିଲା ୩୩ ମହଲା କୋଠା: ଚୀନର କି ସମ୍ପୃକ୍ତି?
-ଥାଇଲାଣ୍ଡର ଗୋଟିଏ ନିର୍ମାଣାଧୀନ କୋଠା ଭୁଶୁଡ଼ିଛି
-୩୩ ମହଳା କୋଠା ଭାଙ୍ଗିବା ନେଇ ପ୍ରଶ୍ନ ଉଠିଛି
- କଣ୍ଟ୍ରାକ୍ଟ ନେଇଥିଲା ଚୀନର ଏକ କମ୍ପାନୀ
-ନିୟମ ଉଲ୍ଲଂଘନ କରି କୋଠା ନିର୍ମାଣ କରାଯାଉଥିଲା
-କୋଠା ଭୁଶୁଡ଼ିବା ପରେ କାହିଁକି ଦସ୍ତାବିଜକୁ ଲୁଚା ଯାଇଥିଲା?
-୪ ଜଣ ଚୀନ ଅଧିକାରୀଙ୍କୁ ଗିରଫ କରାଯାଇଛି
-ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଥାଇଲାଣ୍ଡ ସରକାର