ଚୀନର ଦୋମୁହାଁ ନୀତି, ଭାରତ-ପାକ୍ ଯୁଦ୍ଧ ବେଳେ ପାକିସ୍ତାନୀକୁ ଯୋଗାଇଥିଲା ସହାୟତା, ଟିଆରଏଫକୁ ଆତଙ୍କୀ ସଂଗଠନ ଘୋଷଣା ପରେ ବଦଳାଉଛି ସ୍ୱର

 ଟିଆରଏଫ୍ ଉପରେ ଆମେରିକା ତା’  ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ପାକିସ୍ତାନ ମଧ୍ୟ   ପ୍ରତିକ୍ରିୟା ରଖିଛି । ପାକ୍ ବିଦେଶ ମନ୍ତ୍ରାଳୟ କହିଛି, ଲସ୍କର-ଏ- ତୋଏବାର  ନେଟୱର୍କ ନଷ୍ଟ କରାଯାଇଛି । ଏହାର ନେତାଙ୍କୁ ଗିରଫ କରି ଦଣ୍ଡ ବିଧାନ କରାଯାଇଛି। ପହଲଗାମ୍ ଆକ୍ରମଣର ତଦନ୍ତ ସରିନାହିଁ । ଲସ୍କର-ଏ- ତୋଏବା  ଭଳି ସଂଗଠନ ପାକିସ୍ତାନରେ ନିଷିଦ୍ଧ  ହୋଇଛି ।

45

କନକ ବ୍ୟୁରୋ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଲସ୍କର- ଏ- ତୋଏବାର ଛାୟା ସଂଗଠନ ଟିଆରଏଫକୁ ଆମେରିକା ଆତଙ୍କୀ ସଂଗଠନ ଘୋଷଣା କରିବା ପରେ ଚୀନ ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତ- ପାକ୍ ଯୁଦ୍ଧ ବେଳେ ପାକିସ୍ତାନକୁ ସାହାଯ୍ୟ କରିଥିବା ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି, ତାଙ୍କ ଦେଶ ସବୁ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ  ନିନ୍ଦା କରୁଛି । ଏପ୍ରିଲ ୨୨ ପହଲଗାମ୍ ଆକ୍ରମଣକୁ ନିନ୍ଦା କରୁଛି । ସବୁ ପଡ଼ୋଶୀ ଦେଶ ଆତଙ୍କବାଦ ବିରୋଧରେ ଏକ ହୋଇ କ୍ଷେତ୍ରୀୟ ନିରାପତ୍ତା ପାଇଁ ଚୀନ ଆହ୍ୱାନ ଦେଇଛି । 

 ଟିଆରଏଫ୍ ଉପରେ ଆମେରିକା ତା’  ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ପାକିସ୍ତାନ ମଧ୍ୟ   ପ୍ରତିକ୍ରିୟା ରଖିଛି । ପାକ୍ ବିଦେଶ ମନ୍ତ୍ରାଳୟ କହିଛି, ଲସ୍କର-ଏ- ତୋଏବାର  ନେଟୱର୍କ ନଷ୍ଟ କରାଯାଇଛି । ଏହାର ନେତାଙ୍କୁ ଗିରଫ କରି ଦଣ୍ଡ ବିଧାନ କରାଯାଇଛି। ପହଲଗାମ୍ ଆକ୍ରମଣର ତଦନ୍ତ ସରିନାହିଁ । ଲସ୍କର-ଏ- ତୋଏବା  ଭଳି ସଂଗଠନ ପାକିସ୍ତାନରେ ନିଷିଦ୍ଧ  ହୋଇଛି ।

ପାକିସ୍ତାନ ଓ ଚୀନ ସବୁବେଳେ କଥାରେ ଗୋଟିଏ ଓ କାମରେ ଆଉ ଗୋଟିଏ କରିଆସୁଛନ୍ତି । ଏହା ବାରମ୍ବାର ପ୍ରମାଣିତ ହୋଇଛି । ଟିଆରଏଫକୁ ଆମେରିକା ଆତଙ୍କୀ ସଂଗଠନ ଘୋଷଣା କରିବା ପରେ ଦୁଇଦେଶଙ୍କ ନୂଆ ଆଭିମୁଖ୍ୟ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe