କନକ ବ୍ୟୁରୋ :  ଡି .ଏ.ଭି. ପଦ୍ମାବତୀ ପବ୍ଲିକ୍ ସ୍କୁଲରେ 'ଶିଶୁଦିବସ' ବର୍ଣ୍ଣାଢ଼୍ୟ ସମାରୋହ ମଧ୍ୟରେ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା  ବିନୋଦିନୀ ଦାଶ ସ୍ବାଗତ ଅଭିଭାଷଣ ଦେଇ ଜବାହାରଲାଲ ନେହେରୁଙ୍କ ଅବଦାନ ବିଷୟରେ କହିବା ସହ ବିଦ୍ୟାର୍ଥୀଙ୍କୁ ତିନୋଟି କଥା ଯଥା - ସର୍ବଦା ଦୟାଳୁ ସ୍ଵଭାବ ,  ପ୍ରଶ୍ନପୂର୍ଣ୍ଣ ମସ୍ତିଷ୍କ ଓ ସାହସପୂର୍ଣ୍ଣ ଉତ୍କଣ୍ଠା ,ପ୍ରତିପୋଷଣ କରିବା ଇତ୍ୟାଦି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।  ଶିଶୁ ଦିବସ ଉପଲକ୍ଷେ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ନଟିଆ କମେଡି' ଧାରାବାହିକର ପ୍ରସିଦ୍ଧ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପରିଡ଼ା ଓରଫ୍ ଜୁନିଅର ନଟିଆ  । ସେ ବିଦ୍ୟାର୍ଥୀଙ୍କ ପାଇଁ ଚିତ୍ତାକର୍ଷକ କମେଡି ପ୍ରଦର୍ଶନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ ।  ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୂଚୀସ୍ମିତା ମିଶ୍ର  ଏହି କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା 'ଖାଦ୍ୟ ମେଳା' ପାଇଁ ପିଲାଙ୍କ ମଧ୍ୟରେ ବିଶେଷ ଉତ୍କଣ୍ଠା ଭାବ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ  ଶିକ୍ଷକ ଓ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ବିଦ୍ୟାର୍ଥୀମାନଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା । 

Advertisment