ଚାମ୍ପିୟନ୍‌ ଟ୍ରଫି : ଟସ୍‌ ଜିତିଲା ପାକିସ୍ତାନ, ବୋଲିଂ କରିବ ଭାରତ ।

ଚାମ୍ପିୟନ୍‌ ଟ୍ରଫି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ପାକିସ୍ତାନ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି ଭାରତ ପାକିସ୍ତାନ ।

ଟସ୍‌ ଜିତିଲା ପାକିସ୍ତାନ

ଟସ୍‌ ଜିତିଲା ପାକିସ୍ତାନ

କନକ ବ୍ୟୁରୋ : ଚାମ୍ପିୟନ୍‌ ଟ୍ରଫି  ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ  କରିବାକୁ  ନିଷ୍ପତି ନେଇଛି ପାକିସ୍ତାନ।  ବୋଲିଙ୍ଗ କରିବ ଭାରତ ।  ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି  ଭାରତ ପାକିସ୍ତାନ ।

୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି । ୨୦୧୭ରେ ଶେଷଥର ପାଇଁ ଖେଳାଯାଇଥିଲା ଚାମ୍ପିଅନ୍ସ ଟ୍ରଫି। ଭାରତ ଓ ପାକିସ୍ତାନ ମଧ୍ୟରେ ଟାଇଟଲ୍ ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଥିଲା ପାକିସ୍ତାନ। ଏଥର କିନ୍ତୁ ଭାରତର ପଲ୍ଲା ଭାରି ରହିଛି । କାରଣ ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ଜାଗା ପକ୍କା କରିବାକୁ ଚେଷ୍ଟା କରିବ। ସେପଟେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ ହାରି ଚାପରେ ଅଛନ୍ତି ପାକିସ୍ତାନ ଖେଳାଳି । ପରାଜିତ ହେଲେ ସେମିଫାଇନାଲ ଦୌଡ଼ରୁ ବିଦା ହୋଇପାରେ ଦଳ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe