ଦୁର୍ନୀତି ନିବାରଣ ସପ୍ତାହ ପାଳନ ।  ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନରେ ପୂର୍ବ ସରକାରଙ୍କୁ କଟାକ୍ଷ

Advertisment

ଆରମ୍ଭ ହୋଇଯାଇଛି ଦୁର୍ନୀତି ନିବାରଣ ସପ୍ତାହ ପାଳନ । ଏହି ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସଭା ଚାଲିଛି ଏବଂ ସେଥିରେ ସେ ପୂର୍ବ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ।

ଆରମ୍ଭ ହୋଇଯାଇଛି ଦୁର୍ନୀତି ନିବାରଣ ସପ୍ତାହ ପାଳନ । ଏହି ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସଭା ଚାଲିଛି ଏବଂ ସେଥିରେ ସେ ପୂର୍ବ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି ।

cm12345

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ଦୁର୍ନୀତି ନିବାରଣ ସପ୍ତାହ ପାଳନ । ଏହି ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସଭା ଚାଲିଛି ଏବଂ ସେଥିରେ ସେ ପୂର୍ବ ସରକାରଙ୍କୁ ତେରେଛା ବାଣ ମାରିଛନ୍ତି । ବିଜେଡି ସରକାରରେ ଥିବା ସମୟରେ କିଭଳି ରାଜ୍ୟରେ ଦୁର୍ନୀତି ହୋଇଛି , ତାହାର ଚିଠା ଖୋଲିଛନ୍ତି ମୋହନ ମାଝୀ । 

କହିଛନ୍ତି , ବଡ ବଡ ଅଫିସରଙ୍କୁ ଲଗାଇ କୋଟି କୋଟି ଟଙ୍କାର ଦୁର୍ନୀତି କରି ସେହି ଟଙ୍କାକୁ ଲଗାଇ ନିର୍ବାଚନ ଲଢୁଥିଲା ବିଜେଡି । ଆମ ସରକାର ଦୁର୍ନୀତିକୁ ନେଇ ଶୂନ୍ୟ ସହନଶିଳତା ନୀତି ଅନୁସରଣ କରୁଛି । ୪ ମାସ ଭିତରେ ଦୁର୍ନୀତିଖୋରଙ୍କୁ ରୋକିବା ପାଇଁ ଅନେକ କାମ ହୋଇଛି । ୬ ଜଣ ଚିଫ୍ ଇଞ୍ଜିନିୟର ଗିରଫ ହୋଇ ଜେଲରେ ଅଛନ୍ତି । ୬ କେଜି ସୁନା ଗହଣା ଜବତ ହୋଇଛି । ୫ଟି ନାମରେ କୋଟି କୋଟି ଦୁର୍ନୀତି ନେଇ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବେ କେବଳ ଟ୍ରେଲର ଚାଲିଛି, ପୁରା ଫିଲ୍ମ ଏବେ ବାକି ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe