ଅପରେସନ ସିନ୍ଦୂର ପ୍ରସଙ୍ଗରେ ସିଡିଏସ୍ ଅନୀଲ ଚୌହ୍ୱାନଙ୍କ ବଡ଼ ବୟାନ, ୪୮ ଘଣ୍ଟାର ଯୋଜନା କରି କେବଳ ୮ ଘଣ୍ଟାରେ ଆଣ୍ଠେଇଥିଲା ପାକିସ୍ତାନ

ସେ କହିଛନ୍ତି, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ ଭାରତ ମଧ୍ୟ ପାକିସ୍ତାନକୁ ଫୋନ କରି କହିଥିଲା, ଯଦି ଏହା ପୁଣି ଆକ୍ରମଣ କରେ, ତେବେ ପରବର୍ତ୍ତୀ ସମୟରେ ଅଧିକ କଡ଼ା ଜବାବ ଦିଆଯିବ ।

KZþòKZþþþþ

କନକ ବ୍ୟୁରୋ : ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ) ଅନିଲ ଚୌହ୍ୱାନ  ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ ଭାରତ ମଧ୍ୟ ପାକିସ୍ତାନକୁ ଫୋନ କରି କହିଥିଲା, ଯଦି ଏହା ପୁଣି ଆକ୍ରମଣ କରେ, ତେବେ ପରବର୍ତ୍ତୀ ସମୟରେ ଅଧିକ କଡ଼ା ଜବାବ ଦିଆଯିବ । ଏଥିସହ ସିଡିଏସ କହିଛନ୍ତି ଭାରତ ଆଗରେ ଖୁବ କମ ସମୟରେ ହାର ମାନିଥିଲା ଭାରତ । କେବଳ ୮ଘଣ୍ଟାରେ ଆଣ୍ଠେଇଥିଲା ପାକିସ୍ତାନ । ୪୮ ଘଣ୍ଟାର ଲଢ଼େଇକୁ ୮ଘଣ୍ଟାରେ ସାରିଥିଲା ଭାରତ । ଆକ୍ରମଣ କିଛି ସମୟ ପରେ ଆଲୋଚନା ଚାହିଁଥିଲା ପାକିସ୍ତାନ । ଫୋନରେ ଭାରତ ସହ କଥା ହୋଇଥିଲା ।  କ୍ଷତି ଅପେକ୍ଷା ଫଳାଫଳ ଅଧିକ ଗୁରୁତ୍ବ ରଖେ । ସେନସେସର ଟେକ୍ନୋଲୋଜି, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବଡ ଭୂମିକା ତୁଲାଇଛି  । କୌଣସି ଧମକ ଆଦୌ ବରଦାସ୍ତ କରାଯିବନି । ଅପରେସନ ସିନ୍ଦୂର ଜାରି ଅଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe