ନିଜକୁ ସିବିଆଇ ଅଧିକାରୀ କହି ମହିଳା ବ୍ୟବସାୟୀଙ୍କୁ ଲୁଟ ଉଦ୍ୟମ । ଧମକ ପୂର୍ଣ୍ଣ କଲ ସହ ଟଙ୍କା ନଦେଲେ ଗିରଫ କରିବାକୁ ଦେଲା ଚେତାବନୀ

Advertisment

ସିବିଆଇ ପରିଚୟ ଦେଇ ମହିଳା ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ସମ୍ବଲପୁରର ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ ଆସିଥିଲା ଫୋନ କଲ୍ । ନିଜକୁ ସିବିଆଇ ଅଧିକାରୀ ବୋଲି ଦେଲେ ପରିଚୟ ।

ସିବିଆଇ ପରିଚୟ ଦେଇ ମହିଳା ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ସମ୍ବଲପୁରର ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ ଆସିଥିଲା ଫୋନ କଲ୍ । ନିଜକୁ ସିବିଆଇ ଅଧିକାରୀ ବୋଲି ଦେଲେ ପରିଚୟ ।

Loot2

କନକ ବ୍ୟୁରୋ : ସିବିଆଇ ପରିଚୟ ଦେଇ ମହିଳା ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ସମ୍ବଲପୁରର ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ ଆସିଥିଲା ଫୋନ କଲ୍ । ନିଜକୁ ସିବିଆଇ ଅଧିକାରୀ ବୋଲି ଦେଲେ ପରିଚୟ । ସ୍ଥାନୀୟ ଅଧିକାରୀଙ୍କ ନାଁ ନେବା ସହ ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିବା କହିଥିଲେ ସମ୍ପୃକ୍ତ ନକଲି ଅଧିକାରୀ । ଏହା ସହ ଏକ ଆକାଉଣ୍ଟରରେ ଟୋକନ ମନି ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମହିଳା ଜଣକ ଏହା ଠକ ବୋଲି ଜାଣିପାରି ଦେଇନଥିଲେ ଟଙ୍କା । ଏହି ଆକାଉଣ୍ଟଟି ମାଁ ବୈଷ୍ଣୋଦେବୀଙ୍କ ନାଁରେ ରହିଥିବା କହିଥିଲେ ଠକ । ହେଲେ ତାହା ସତ କି ମିଛ ଜଣା ପଡିନି । 

ତେବେ ଏନେଇ ଅତିରିକ୍ତ ଏସପି କହିଛନ୍ତି ସିବିଆଇ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା ଫୋନ କରି ଏପରି କୁହନ୍ତି ନାହିଁ । ପଇସା ମାଗନ୍ତି ନାହିଁ କି କୌଣସି ଓଟିପି ମାଗନ୍ତି ନାହିଁ । ଫଳରେ ଏପରି ଫୋନ କଲେ ଆସିଲେ ସାବଧାନ ରହିବା ସହ ଦରକାର ପଡିଲେ ପୋଲିସର ମଧ୍ୟ ସାହାଯ୍ୟ ନେବା କଥା । ସମ୍ପୃକ୍ତ ନମ୍ବରକୁ ବ୍ଲକ କରିଦେବା ବୋଲି ଅତିରିକ୍ତ ଏସପି କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe