ବୁଲା କୁକୁରଙ୍କ ଭୋକ ବୁଝିପାରୁଥିବା କଟକର ନିଆରା ଦମ୍ପତି, ୧୭ ବର୍ଷ ଧରି ଜୀବଜନ୍ତୁଙ୍କ ସେବାରେ ସମର୍ପିତ

ମଣିଷ ପଶୁ ମଧ୍ୟରେ ଭଲପାଇବା ନେଇ ମନସ୍ତତ୍ତ୍ୱବିତଙ୍କ ମତରେ, ଏହା ଆଦୌ ଅସ୍ଵଭାବିକ ନୁହେଁ ।  କାହିଁକି ନା କେତେକ କ୍ଷେତ୍ରରେ ମାନସିକ ଅବସାଦରୁ କିଛିଟା ଆଶ୍ୱସ୍ତି ପାଇଁ ପେଟ୍ ଆନିମଲ୍ସ ରଖିବା ପାଇଁ ଆମେ ମଧ୍ୟ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥାଉ ।  ମଣିଷର ପଶୁ ପ୍ରେମ ତାକୁ କିଛି ମାତ୍ରାରେ ମେଣ୍ଟାଲି ପିସ୍ ଦେବା ସହ ଇମୋସନାଲ୍ ଫିଲିଙ୍ଗ ମଧ୍ୟ ବଢ଼ାଇଥାଏ ।

27

କନକ ବ୍ୟୁରୋ : ଯେଉଁଠି ମଣିଷ ଆପଣାକୁ ଦେଖେ ନାହିଁ, ସେଇଠି ରାସ୍ତାରେ ବୁଲୁଥିବା ଜୀବଜନ୍ତୁ କଥା ପଚାରେବା କିଏ ? ମନକୁ କଷ୍ଟ ହେଲେ ସେମାନେ କାହାକୁ କହିପାରନ୍ତି ନାହିଁ। ହେଲେ ସମାନଙ୍କର ମନ କଥାକୁ ବୁଝିପାରିଛନ୍ତି କଟକର ଏହି ଦମ୍ପତ୍ତି । ମୁହଁ ସିନା ଖୋଲେନି ଏମାନଙ୍କର ଏକଥା ସତ, ହେଲେ ସ୍ନେହ ଆଦର କିନ୍ତୁ ଏମାନେ ଠିକ୍ ବୁଝିପାରନ୍ତି। ସ୍ତ୍ରୀ ରୋଷେଇ କରୁଛନ୍ତି ସ୍ବାମୀ ସେମାନଙ୍କୁ ପାଖକୁ ଡାକି ଖାଇବା ଦେଉଛନ୍ତି । ଏମିତି ଦିନେ ଅଧେ ନୁହେଁ ୧୭ ବର୍ଷ ଧରି ଏଭଳି କରି ଆସୁଛନ୍ତି ଏହି ବରିଷ୍ଠ ଦମ୍ପତ୍ତି ।  

ମଣିଷ ପଶୁ ମଧ୍ୟରେ ଭଲପାଇବା ନେଇ ମନସ୍ତତ୍ତ୍ୱବିତଙ୍କ ମତରେ, ଏହା ଆଦୌ ଅସ୍ଵଭାବିକ ନୁହେଁ ।  କାହିଁକି ନା କେତେକ କ୍ଷେତ୍ରରେ ମାନସିକ ଅବସାଦରୁ କିଛିଟା ଆଶ୍ୱସ୍ତି ପାଇଁ ପେଟ୍ ଆନିମଲ୍ସ ରଖିବା ପାଇଁ ଆମେ ମଧ୍ୟ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥାଉ ।  ମଣିଷର ପଶୁ ପ୍ରେମ ତାକୁ କିଛି ମାତ୍ରାରେ ମେଣ୍ଟାଲି ପିସ୍ ଦେବା ସହ ଇମୋସନାଲ୍ ଫିଲିଙ୍ଗ ମଧ୍ୟ ବଢ଼ାଇଥାଏ ।

ବର୍ତ୍ତମାନ ସମାଜରେ ଲୋକଙ୍କ ମଧ୍ୟରେ ବିଭିନ୍ନ କାରଣ ପାଇଁ ମାନସିକ ଦୁଶ୍ଚିନ୍ତା ବଢୁଥିବା ବେଳେ ପେଟ୍‌ ‌ଆନିମଲ୍ସ ସହ କିଛି ସମୟ ବିତାଇବା ମନସ୍ତତ୍ତ୍ୱବିତଙ୍କ ମତରେ ଡିପ୍ରେସନରୁ ଆଶ୍ୱସ୍ତି ପାଇବାର ଏକ ଭଲ ବାଟ ହୋଇପାରେ। ତେବେ ଦମ୍ପତିଙ୍କର ଏଭଳି ନିଆରା ଉଦ୍ୟମ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା ବି କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe