ଚାମ୍ପିୟନ୍ସ ଟ୍ରଫି ପାଇଁ ହୋଇପାରୁନି ଭାରତୀୟ ଟିମ୍ ଚୟନ । ଆଇସିସିକୁ ସମୟ ମାଗିଲା ବିସିସିଆଇ ।

ଆସନ୍ତା ମାସ ୧୯ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ମହାକୁମ୍ଭ ଚମ୍ପିୟନ୍ସ ଟ୍ରଫି ୨୦୨୫ ସଂସ୍କରଣ । କିନ୍ତୁ ଏଯାବତ ଭାରତୀୟ ଟିମର ଚୟନ ହୋଇପାରୁନାହିଁ ।

India players

India players Photograph: (kanaknews)

କନକ ବ୍ୟୁରୋ : ଆସନ୍ତା ମାସ ୧୯ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ମହାକୁମ୍ଭ ଚମ୍ପିୟନ୍ସ ଟ୍ରଫି ୨୦୨୫ ସଂସ୍କରଣ । କିନ୍ତୁ ଏଯାବତ ଭାରତୀୟ ଟିମର ଚୟନ ହୋଇପାରୁନାହିଁ । କ୍ରିକବଜର ରିପୋର୍ଟ ଅନୁସାରେ, ଭାରତୀୟ ଟିମ ଚୟନରେ ବିଳମ୍ବ କରୁଛି ବିସିସିଆଇ । ଅଜିତ ଅଗରକରଙ୍କ ନେତୃତ୍ବରେ ଚୟନ କମିଟି ଏବେ ଅଧିକ ସମୟ ମାଗିଛନ୍ତି । ଏନେଇ ଆଇସିସିକୁ ସମୟ ମଗାଯାଇଥିବା ଜଣାପଡିଛି । ତେବେ ବିସିସିଆଇ ୧୨ ଜାନୁୟାରୀ ସୁଧା ଏକ ଅସ୍ଥାୟୀ ଖେଳାଳି ତାଲିକା ଦେବା ପାଇଁ ପୂର୍ବରୁ ସମୟ ନେଇଥିଲା । ହେଲେ ଏବେ ଏଥିରେ ଆହୁରି ଏକ ସପ୍ତାହ ବିଳମ୍ବ ହେବ ଏବଂ ଖେଳାଳି ଚାଲିକା ଆସନ୍ତା ୧୮ କିମ୍ପା ୧୯ ତାରିଖରେ ଘୋଷଣା ହୋଇପାରେ । ଆଇସିସି ନିୟମ ଅନୁସାରେ ଟୁର୍ଣ୍ଣାମେଣ୍ଟ ଆରମ୍ଭର ଏକ ମାସ ପୂର୍ବରୁ ସବୁ ଦଳ ଏହାରି କ୍ରିକେଟରଙ୍କ ତାଲିକା ପ୍ରଦାନ କରିବା ଜରୁରୀ । ଯାହାର ଡେଡଲାଇନ୍ ଆସନ୍ତାକାଲି ଅର୍ଥାତ ୧୨ ଜାନୁୟାରୀ ରହିଛି । ତେବେ ଏଯାବତ୍ ବିସିସିଆଇ ଖେଳାଳି ତାଲିକା ପ୍ରସ୍ତୁତ କରିପାରିନାହିଁ । ଏଣୁ କିଏ ଦଳରେ ରହିବେ କିଏ ହଟିବେ ସେନେଇ ସସ୍ପେନସ୍ ଜାରି ରିହିଛି । ବିଶେଷ କରି ବିରାଟ କୋହଲି ଓ ରୋହିତ ଶର୍ମାକୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । 

ଚାମ୍ପିୟନ୍ସ ଟ୍ରଫି ୨୦୨୫
ହୋଇପାରୁନି ଟିମ୍ ଚୟନ
ଚାମ୍ପିୟନ୍ସ ଟ୍ରଫି ପାଇଁ ହୋଇପୁରୁନି ଭାରତୀୟ ଟିମ୍ ଚୟନ
ଆସନ୍ତାକାଲି କ୍ରିକେଟରଙ୍କ ତାଲିକା ଦେବାର ଡେଡଲାଇନ୍ ରହିଛି
ବିସିସିଆଇ ଆଉ ଏକ ସପ୍ତାହ ଅଧିକ ସମୟ ପାଇଁ ଆଇସିସି ନିକଟରେ ଦାବି ରଖିଛି
ପୂର୍ବତନ କ୍ରିକେଟର୍ ଅଜିତ ଅଗରକରଙ୍କ ନେତୃତ୍ବରେ ଟିମ୍ ଚୟନ ହେବ
ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ କେଉଁ ଦାୟିତ୍ବ ମିଳିବ
ଅଷ୍ଟ୍ରେଲିଆରେ ଭାରତୀୟ ଟିମର ପ୍ରଦର୍ଶନ ନୈରାଶ୍ୟଜନ ରହିଛି
ଟିମରୁ କିଛି ସିନିୟର ଖେଳାଳି ବାଦ୍ ପଡିବା ନେଇ ହେଉଛି ଚର୍ଚ୍ଚା
ବିସିସିଆଇ ଟିମ୍ ଚୟନ ପାଇଁ ଅଧିକ ସମୟ ମାଗିବା ବଢାଇଲା ଦ୍ବନ୍ଦ୍ବ
ଜାନୁଆରୀ ୧୨ ତାରିଖ ସୁଧା ଟିମ୍ ତାଲିକା ଦେବାପାଇଁ ରହିଛି ଆଇସିସିର ନିୟମ
ଜାନୁଆରୀ ୧୮ କିମ୍ବା ୧୯ରେ ବିସିସିଆର ଜାରି କରିପାରେ ତାଲିକା 
ଫେବୃଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି ୨୦୨୫ ସଂସ୍କରଣ
ଫେବୃଆରୀ ୨୦ରେ ବାଂଲାଦେଶ ସହ ରହିଛି ଭାରତର ମ୍ୟାଚ୍
ଫେବୃଆରୀ ୨୩ରେ ପାକିସ୍ତାନ ସହ ଖେଳିବ ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe