ରାସ୍ତାକଡ଼ରେ ପଡ଼ିଛି ଅଧାପୋଡ଼ା ମୃତଦେହ ; କିଏ ଏହି ଯୁବକ?

ରାସ୍ତାକଡ଼ରେ ପଡ଼ିଛି ଅଧାପୋଡ଼ା ମୃତଦେହ । ହତ୍ୟା ପରେ ପୋଡ଼ି ଦେଇଥିବା ସନ୍ଦେହ । ମିଳିନି ଯୁବକଙ୍କ ପରିଚୟ ।

crime junagarh

crime junagarh Photograph: (kanakNews)

କନକ ବ୍ୟୁରୋ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ବାଇକ୍ ସହିତ ଯୁବକ ଜଣଙ୍କୁ ପୋଡ଼ି  ମାରିଦେଇଥିବା ଅନୁମାନ କରାାଯାଉଛି । ଜୁନାଗଡ଼ ଭବାନୀପାଟଣା ବନମାଳୀପୁର ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା  । 

ଜୁନାଗଡ଼ ଜାତୀୟ ରାଜପଥ- ୨୬ କଡ଼ରେ ସନ୍ଦେହଜନକ ଭାବରେ ଜଣେ ଯୁବକଙ୍କ ଦଗ୍ଧ ମୃତଦେହ ଓ ବାଇକ୍ ପଡ଼ିରହିଛି । ମୃତ ଯୁବକ ମୁହଁ ମାଡ଼ି ପଡ଼ିଥିବାବେଳେ ଟିଭିଏସ୍ ବାଇକ ମଧ୍ୟ ଷ୍ଟାଣ୍ଡ ମରାଯାଇ ରଖାଯାଇଥିବା ଦେଖିବାକୁ ମିଳିଛି  । ଦୁର୍ବୁତ୍ତମାନେ ବାଇକ ସହିତ ଯୁବକଙ୍କୁ ପୋଡି ମାରିଦେଉଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ପରିଚୟ ମିଳିନଥିବାବେଳେ ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ । ଏନେଇ ଜୁନାଗଡ଼ ପୁଲିସ ଅଧିକ ଛାନଭିନ୍ କରିବା ସହ ପଚରାଉଚରା ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe