ପାକିସ୍ତାନ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ରାସ୍ତା ପାଲଟିଛି ଗୁଜରାଟ ସୀମା, ହେଲେ କଡ଼ା ନଜର ରଖିଛି ସୀମା ସୁରକ୍ଷା ବାହିନୀ

ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ୨୩ ତାରିଖ ରାତିରେ ବନାସକଣ୍ଠା ଜିଲ୍ଲା, ଭାରତ ପାକିସ୍ତାନ ସୀମା ଜଣେ ପାକିସ୍ତାନୀ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ମାରି ଦିଆଯାଇଛି ।

FDGDGDFGFDGDFGD

କନକ ବ୍ୟୁରୋ : ଗୋଟିଏ ସମୟ ଥିଲା ଯେତେବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ହୁଅନ୍ତୁ ବା ପାକିସ୍ତାନୀ ଅନୁପ୍ରବେଶକାରୀ । ସେମାନେ ଜମ୍ମୁୁ-କାଶ୍ମୀର, ରାଜସ୍ଥାନ କିମ୍ବା ପଞ୍ଜାବ ସୀମା ଦେଇ ଭାରତରେ ଅନୁପ୍ରବେଶ କରିଥାନ୍ତି । ହେଲେ ଅପରେସନ ସିନ୍ଦୂର ପରେ ପାକିସ୍ତାନୀ ଅନୁପ୍ରବେଶକାରୀ ଗୁଜରାଟ ସୀମା ଦେଇ ଭାରତକୁ ପ୍ରବେଶ କରିବାକୁ ସୁରକ୍ଷିତ ମଣିଛନ୍ତି । ଆଜି କିଛି ଅନୁପ୍ରବେଶକାରୀ ଗୁଜରାଟ ସୀମା ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଏସଏଫ୍ ଯବାନ ସେମାନଙ୍କୁ ମାରି ଦେଇଛନ୍ତି । 

ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ୨୩ ତାରିଖ ରାତିରେ ବନାସକଣ୍ଠା ଜିଲ୍ଲା, ଭାରତ ପାକିସ୍ତାନ ସୀମା ଜଣେ ପାକିସ୍ତାନୀ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ମାରି ଦିଆଯାଇଛି । ପ୍ରଥମେ ବିଏସଏଫ ଯବାନ ପାକିସ୍ତାନୀ ନାଗରିକଙ୍କୁ ଭାରତ ଭିତରକୁ ନପଶିବାକୁ ସତର୍କ କରାଇଥିଲେ, ହେଲେ ପାକ୍ ନାଗରିକ ଜଣଙ୍କ ନମାନି ଭିତରକୁ ପ୍ରବେଶ କରୁଥିବା ବେଳେ ବିଏସଏଫ ଯବାନ ତାଙ୍କୁ ଗୁଳି କରିଦେଇଥିଲେ । 

କେବଳ ସେତିକି ନୁହେଁ ୮ ତାରିଖ ରାତିରେ ୭ ରୁ ୧୦ ଜଣ ପାକିସ୍ତାନୀ ନାଗରିକ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe