ବଲିଉଡ ଷ୍ଟାଇଲରେ ନ୍ୟୁୟର୍କ ମେୟର ନିର୍ବାଚନ ପ୍ରଚାର, ହିନ୍ଦୀ ସିନେମାର ଡାଇଲଗ ଓ ଗୀତର ହେଉଛି ବ୍ୟବହାର

ତେବେ ଜୋହରାନ କାହିଁକି ଏବେ ଚର୍ଚ୍ଚା ସାଉଁଟିଛନ୍ତି ? ଚର୍ଚ୍ଚାର କାରଣ ତାଙ୍କର ନିଆର ପ୍ରଚାର  । ଆମେରିକାରେ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କ ସହ ହିନ୍ଦୀ ଭାଷାଭାଷୀ ଲୋକ ରହୁଛନ୍ତି । ଏଥିସହ ବଲିଉଡକୁ ଭଲପାଉଥିବା କିଛି ଭୋଟର ମଧ୍ୟ ଅଛନ୍ତି । ଏମାନଙ୍କ ଭୋଟ ହାତେଇବା ପାଇଁ ଜୋହରାନ ଆପଣାଛନ୍ତି ନିଆରା ଫମୂର୍ଲା । ବଲିଉଡ ସିନେମାର ଡାଇଲଗ ଓ ଗୀତକୁ ନିଜ ପ୍ରଚାର ଭିଡିଓରେ ସ୍ଥାନ ଦେଇଛନ୍ତି । ବିଗ ବି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସିନେମା ଡାଇଲଗଠୁ ନେଇ ମନଛୁଆଁ ବଲିଉଡ ଗୀତକୁ ପ୍ରଚାର ଭିଡିଓରେ ଦେଖିବାକୁ ମିଳିଛି ।

sfdsfsfsfsfs

କନକ ବ୍ୟୁରୋ : ଜୋହରାନ ମମଦାନୀ । ନ୍ୟ୍ୟୁର୍କ ସିଟି ମେୟର ନିର୍ବାଚନ ଲଢୁଛନ୍ତି । ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ ?  ନିର୍ବାଚନ ଅର୍ଥ ପ୍ରାର୍ଥୀ ନାମାଙ୍କନ ଦାଖଲଠୁ ପ୍ରଚାର ସବୁ କିଛି କରିବେ । ତେବେ ଜୋହରାନ କାହିଁକି ଏବେ ଚର୍ଚ୍ଚା ସାଉଁଟିଛନ୍ତି ? ଚର୍ଚ୍ଚାର କାରଣ ତାଙ୍କର ନିଆର ପ୍ରଚାର  । ଆମେରିକାରେ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କ ସହ ହିନ୍ଦୀ ଭାଷାଭାଷୀ ଲୋକ ରହୁଛନ୍ତି । ଏଥିସହ ବଲିଉଡକୁ ଭଲପାଉଥିବା କିଛି ଭୋଟର ମଧ୍ୟ ଅଛନ୍ତି । ଏମାନଙ୍କ ଭୋଟ ହାତେଇବା ପାଇଁ ଜୋହରାନ ଆପଣାଛନ୍ତି ନିଆରା ଫମୂର୍ଲା । ବଲିଉଡ ସିନେମାର ଡାଇଲଗ ଓ ଗୀତକୁ ନିଜ ପ୍ରଚାର ଭିଡିଓରେ ସ୍ଥାନ ଦେଇଛନ୍ତି । ବିଗ ବି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସିନେମା ଡାଇଲଗଠୁ ନେଇ ମନଛୁଆଁ ବଲିଉଡ ଗୀତକୁ ପ୍ରଚାର ଭିଡିଓରେ ଦେଖିବାକୁ ମିଳିଛି । ଏବେ ଜାଣନ୍ତୁ କିଏ ଏହି ଜୋହରାନ ଯିଏ ନ୍ୟୁୟର୍କ ସିଟି ମେୟର ନିର୍ବାଚନ ଲଢ଼ି ଯେତିକି ଚର୍ଚ୍ଚାରେ ନାହାଁନ୍ତି ସେତିକି ନିଜର ପ୍ରଚାର କୌଶଳକୁ ପାଇଁ ଲାଇମଲାଇଟକୁ ଆସିଛନ୍ତି । ୩୩ବର୍ଷର ମମଦାନୀ ଲୋକପ୍ରିୟ ଭାରତୀୟ ତଥା ଆମେରକୀୟ ଫିଲ୍ମ ନିର୍ମାତା ମୀରା ନାୟରଙ୍କ ପୁଅ । ସଲାମ ବମ୍ବେ ଓ ମନସୁନ ୱେଡିଂ ପରି ସିନେମା ନିର୍ମାଣ କରି ବେଶ ଲୋକପ୍ରିୟତା ସାଉଁଟିଥିଲେ ମୀରା । ମମଦାନୀଙ୍କ ବାପା ଉଗାଣ୍ଡା ନାଗରିକ ଓ ମା ଭାରତୀୟ । ପିଲାଦିନୁ ଆମେରିକାରେ ରହିଛନ୍ତି । ଯଦି ଏହି ନିର୍ବାଚନ ଜିତୁଛନ୍ତି ତେବେ ନ୍ୟୁୟର୍କ ସିଟିର ପ୍ରଥମ ମୁସଲିମ ମେୟର ହେବେ ମମଦାନୀ । ତେବେ ପ୍ରଚାର  ଭିଡିଓକୁ ଏକାଧିକାର ସୋସିଆଲ ମିଡିଆରେ ସେୟାର କରି ତାଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୁଅ ଇଶନ ଥରୁର । ଯିଏକି ଆମେରିକାର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe