ଭିଜିଲାନ୍ସ ଜାଲରେ BMC ଅଧିକାରୀ,  ୪ଟି ସ୍ଥାନରେ ଚାଲିଛି  ଚଢାଉ

ଭୁବନେଶ୍ବର, ଖୋର୍ଦ୍ଧା ଓ ରାୟଗଡରେ ଚାଲିଛି ଚଢାଉ । ବଡ଼ଗଡ଼ ବ୍ରିଟ୍‌  କଲୋନୀରେ  ଥିବା ଘରେ ମଧ୍ୟ ଚଢାଉ । 

ଭିଜିଲାନ୍ସ ଜାଲରେ BMC ଅଧିକାରୀ

ଭିଜିଲାନ୍ସ ଜାଲରେ BMC ଅଧିକାରୀ Photograph: (KanakNews)

କନକ ବ୍ୟୁରୋ:  ଭିଜିଲାନ୍ସ ଜାଲରେ BMC  କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ  । BMC ଅଫିସ୍‌ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି । ଭୁବନେଶ୍ବର, ଖୋର୍ଦ୍ଧା ଓ ରାୟଗଡରେ ଚାଲିଛି ଚଢାଉ । ବଡ଼ଗଡ଼ ବ୍ରିଟ୍‌  କଲୋନୀରେ  ଥିବା ଘରେ ମଧ୍ୟ ଚଢାଉ । 

 ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe