ମେୟର ମାଡାମଙ୍କୁ ଡେଙ୍ଗୁ ଚିନ୍ତା ; ରାଜଧାନୀରେ ସପ୍ତାହକୁ ୨ ଦିନ ହେବ ଡ୍ରାଏ ଡେ’

ଡେଙ୍ଗୁ ମୁକାବିଲା ପାଇଁ ବିଏମସିର ତତ୍ପରତା । ସପ୍ତାହକୁ ଦୁଇ ଦିନ ପାଳନ ହେବ ଡ୍ରାଏ ଡେ ।  ଡ୍ରେନ୍ ସଫା ସହ ମଶା ତେଲ ସିଞ୍ଚନ । ସଫେଇ ପାଇଁ ୭୦ କର୍ମଚାରୀଙ୍କୁ ୬ ମାସ ପର୍ଯ୍ୟନ୍ତ ମିଳିବ ନିଯୁକ୍ତି ।

BMC*********

BMC********* Photograph: (KanakNews)

କନକ ବ୍ୟୁରୋ: ବିଏମସି ମେୟର ସୁଲୋଚନା ଦାସଙ୍କୁ ଘାରିଛି ଡେଙ୍ଗୁ ଚିନ୍ତା ।ଏଥିପାଇଁ ସବୁ ୱାର୍ଡର କର୍ପୋରେଟରଙ୍କ ସହ କରୁଛନ୍ତି ବୈଠକ । କି କି ପଦକ୍ଷେପ ନେଇ ରାଜଧାନୀରେ ଡେଙ୍ଗୁକୁ ନିୟନ୍ତ୍ରଣରେ ରଖାଯିବ ସେ ନେଇ ଆଲୋଚନା କରୁଛନ୍ତି ।
 
 ମେୟରଙ୍କ କହିବା ଅନୁସାରେ ,  ପୂରା ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କର୍ପୋରେଟର ମାନଙ୍କର ଏକ ଟ୍ରେନିଙ୍ଗ ସେସନ୍ କରାଯାଇଛି । ନିଜ ନିଜ ୱାର୍ଡରେ କିଭଳି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବେ ସେନେଇ ଟିପ୍ସ ଦିଆଯାଇଛି । ଏହାସହ ଡେଙ୍ଗୁ ନିରୋଧ ଅଭିଯାନ ପାଇଁ ବିଏମସି ପକ୍ଷରୁ ଅଧିକ ୭୦ ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ୬ ମାସ ପାଇଁ କାମ କରିବେ । ଏମାନେ ମଶା ପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ମଶା ତେଲ ସିଞ୍ଚନ କରିବେ । 


 
 ଏହାସହ ରାଜଧାନୀରେ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ’ ପାଳନ କରାଯିବ । ଏହାର ଅର୍ଥ କେଉଁ କେଉଁ ସ୍ଥାନରେ ଟାୟାର କି ଆବର୍ଜନା ଗଦା ହୋଇ ସେଠାରେ ପାଣି ଜମି ରହୁଛି ଏବଂ ମଶା ବଂଶୋବୃଦ୍ଧିର ମୁଖ୍ୟ କାରଣ ହେଉଛି ସେଗୁଡ଼ିକୁ ଚିହ୍ନଟ ସେସବୁକୁ ଖାଲି କରାଯାଇ ପାଣି କଢ଼ାଯିବ । ଏହା ବ୍ୟତୀତ ସଫେଇ ଗାଡ଼ି ଗୁଡ଼ିକରେ ଡେଙ୍ଗୁ ପ୍ରତିଷେଧକ ସମ୍ପର୍କୀତ ଜିଙ୍ଗଲ୍ସ ବାଜିବ , ଯାହା ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe