ଆଜିଠୁ ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ ; ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସହିତ ପଦାଧିକାରୀ ହେବେ ସାମିଲ

ଆଜିଠୁ ଆରମ୍ଭ ହେଉଛି ବିଜେପିର ସଦସ୍ୟତା ଅଭିଯାନ। ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ସଦସ୍ୟତା କାର୍ଯ୍ୟକ୍ରମ ଆରମ୍ଭ କରୁଛି ଭାରତୀୟ ଜନତା ପାର୍ଟି। ରାଜ୍ୟ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶଭାରମ୍ଭ କରିବେ।

BJP_______

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଜେପିର ସଦସ୍ୟତା ଅଭିଯାନ। ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ସଦସ୍ୟତା କାର୍ଯ୍ୟକ୍ରମ ଆରମ୍ଭ କରୁଛି ଭାରତୀୟ ଜନତା ପାର୍ଟି। ରାଜ୍ୟ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନର ଶଭାରମ୍ଭ କରିବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାବେଳେ ଦଳକୁ ଅଧିକ ସୁଦୃଢ କରିବା ଏବଂ ପଞ୍ଚାୟତ ସ୍ତରରେ କର୍ମୀ ସଂଖ୍ୟା ବଢ଼ାଇବା ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ କରୁଛି ବିଜେପି। 

ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀମାନେ ଯୋଗଦେବେ। ଉଭୟ ଅନଲାଇନ୍ ଓ ଅଫଲାଇନ୍ ଜରିଆରେ ସଦସ୍ୟତା ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେପିରେ ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ତେବେ ସୋମବାର ରାଷ୍ଟ୍ରୀୟ ସ୍ତରରେ ଏହାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଦେଶର ଏକ ମାତ୍ର ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି- ଯାହା ସମ୍ବିଧାନକୁ ଅନୁରଣ କରୁଛି। ଏହି ଦଳ ସହ ଯୋଡ଼ି ହେବାକୁ ଯୁବପିଢ଼ୀଙ୍କୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe