କନକବ୍ୟୁରୋ : ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ୱାକଫ ସଂଶୋଧନ ଆଇନ ବିରୋଧରେ ହିଂସା ଜାରି ରହିଛି । ରାସ୍ତାରେ ଜଳିଯାଇଥିବା ଯାନବାହାନ, ସପିଂ ମଲ ଲୁଟ୍ ଏବଂ ଔଷଧ ଦୋକାନ ଭଙ୍ଗାରୁଜା ଭଳି ଧ୍ୱଂସାବଶେଷର ଦୃଶ୍ୟ ଦେଖିବାକୁ ମିଳିଛି । ଶୂନଶାନ ମୁର୍ଶିଦାବାଦର ରାଜରାସ୍ତା । ମୁର୍ଶିଦାବାଦର ହିଂସା ପ୍ରଭାବିତ ଅଞ୍ଚଳରେ ବିଏସଏଫ ଯବାନମାନଙ୍କୁ ନିୟୋଜିତ କରାଯାଇଛି । ସବୁଠାରୁ ବଡ ଘଟଣା ହେଉଛି, ଏପର୍ଯ୍ୟନ୍ତ ପ୍ରାୟ ୫୦୦ ପରିବାର ମୁର୍ଶିଦାବାଦରରୁ ସ୍ଥାନାନ୍ତରିତ ହୋଇସାରିଛନ୍ତି, ଅର୍ଥାତ ନିଜ ଘରଛାଡି ଏବେ ସବୁ ପରିବାର ସ୍କୁଲ ଘରେ ରହୁଛନ୍ତି ଇସ୍ରାଏଲ -ହମାସ ଯୁଦ୍ଧ ଭିତରେ ଆପଣ ଗାଜାବାସୀଙ୍କୁ ଘର ଛାଡି ଯାଉଥିବାର ଖବର ଶୁଣିଥିବେ ଓ ଦେଖିଥିବେ ,ସେମାନେ ଘର ଛାଡିଥିଲେ ଯୁଦ୍ଧ ପାଇଁ ଆଉ ଭାରତର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହିନ୍ଦୁ ମାନେ ନିଜ ଘର ନିଜ ଭିଟାମାଟି ଛାଡିଛନ୍ତି , କାରଣ କେବଳ ଡର ?
ଯଦି ରହିବେ ଜୀବନ ହାରିବେ , ଆଉ ଏ ଡରର କାରଣ ମୁସଲିମ କଠୋରପନ୍ଥୀ । ୱାକଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ନିଆଁ ଜଳୁଛି । ମୁଖ୍ୟମନ୍ତ୍ରୀ ଖାଲି ଏକ୍ସରେ ପୋଷ୍ଟ କରି ବସିଯାଇଛନ୍ତି , ଏହାରି ଭିତରେ ଦେଶକୁ ଚକିତରେ ପକାଇଛି ମୁର୍ଶିଦାବାଦରୁ ଆସିଛି ବିଭିନ୍ନ ଭିଡିଓ ନିଜ ଘର ଛାଡି କେମିତି ୫୦୦ ଲୋକ ମାଲଦାକୁ ଯାଉଛନ୍ତି । ଭୋଟ ରାଜନୀତିରେ ବଳି ପଡିଯାଉଛନ୍ତି ହିନ୍ଦୁ ସମ୍ପ୍ରଦାୟ । ୱାକଫ ବିଲ କଣ, ସେଥିରେ କଣ ଅଛି ,କଣ ମିଳିବ, ଯାହାର କିଛି ଯାଏ ଆସେ ନାହିଁ ତାଘରେ ପସି ଲୁଟ ପାଟ କରି ନିଆଁ ଲଗେଇଦେଇଛନ୍ତି ଇସଲାମ କଠୋରପନ୍ଥୀ ।
ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍ ଆଇନକୁ ବିରୋଧ କରି ଦୁଇ ଦିନ ଧରି ଘଟିଥିବା ଭୟାନକ ହିଂସା ଯୋଗୁଁ ପରିସ୍ଥିତି ବିସ୍ଫୋରକ ରହିଛି । ଘଟଣାରେ ଆଜି ୧୫ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯିବା ପରେ ସମୁଦାୟ ଗିରଫ ସଂଖ୍ୟା ୧୬୦ ଟପିଛି ।ଘଟଣାସ୍ଥଳରେ ପଂହଚି ସ୍ଥିତି ସମୀକ୍ଷା କରିଛନ୍ତି ବିଜେପି ସାଂସଦ ସୁକାନ୍ତ ମଜୁମଦାର।
କଠୋର ପନ୍ଥୀମାନେ ଘରେ ପଶି ଲୁଟକରିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ହିନ୍ଦୁମାନେ ଘରଦ୍ବାର ଛାଡ଼ି ଅନ୍ୟ ଅଂଚଳରେ ଆଶ୍ରୟ ନେଇଛନ୍ତି ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଦଙ୍ଗାକାରୀ ଙ୍କ ପ୍ରତି ମମତା ବାନାର୍ଜୀଙ୍କ ଟିଏମ୍ସି ସରକାରର କୋହଳ ଆଭିମୁଖ୍ୟ ପରିସ୍ଥିତିକୁ ଅତି ଗମ୍ଭୀର କରିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ।
ସେଠାକାର ବାସିନ୍ଦା ପିଙ୍କି କହିଛନ୍ତି , ଦଙ୍ଗାରେ ସେ ତାଙ୍କ ଶଶୂର ଓ ସ୍ବାମୀଙ୍କୁ ହରେଇଛନ୍ତି,ଯେତେବେଳେ ଆକ୍ରମଣ ହେଲା ସେ ପୋଲିସକୁ ଫୋନ କରିଥିଲେ ହେଲେ ଉତ୍ତର କିଛି ମିଳିନଥିଲା ଏବଂ ଘର ଆଗରେ ଶବ ୩ଘଣ୍ଟା ପଡିରହିଲା । ଘର ଭିତରକୁ ମୁସଲିମ ଯୁବକ ବହୁତ ସଂଖ୍ୟା ପଶି ଭଙ୍ଗାରୁଜା କଲେ ,ସ୍ବାମୀ ଓ ଶଶୁରଙ୍କୁ ଙ୍କୁ ହତ୍ୟା କଲେ ,କବାଟକୁ ବାଡାଉଥିଲେ ,ପୋଲିସକୁ ଫୋନ କଲେ ମଧ୍ୟ ପୋଲିସ ଶୁଣିନଥିଲେ ।
ଅନ୍ୟପଟେ ଦଙ୍ଗାରେ ଫଶିଯାଇଥିଲେ କାଶୀନଗର ଏଜାଜ ଏହମ୍ମଦ । ଦଙ୍ଗା ଭିତରେ ପୋଲିସ ଗୁଳିରେ ପ୍ରାଣ ହରେଇଥିଲେ ଏଜାଜ, ଏଜାଜଙ୍କ ସ୍ତ୍ରୀ କହିଛନ୍ତି,ମୋତେ ନ୍ୟାୟ ଦରକାର । ଏସବୁ ଭିତରେ ତେଜିଛି ରାଜନୈତିକ ବୟାନବାଜି । ଟିଏମସି ବିଧାୟକ ମଦନ ମିତ୍ର ଏକ ବିବାଦୀୟ ବୟାନ ଦେଇଛନ୍ତି ଗଣମାଧ୍ୟମକୁ , ବିଧାୟକ ମଦନ ମିତ୍ର କହିଛନ୍ତି, ‘ଭାଜପା ନେତାମାନେ ବଙ୍ଗଳାରେ ଅଯଥା କଥା କହି ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଦେଶରେ ଯାହା ବି ଦଙ୍ଗା ହେଉଛି, ସେଥିପାଇଁ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗୀ ଆଦିତ୍ୟନାଥ ଦାୟୀ ବୋଲି ମଦନ ମିତ୍ର କହିଥିଲେ
।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/14/wVx0OT32IPDo2I9pYUg6.jpg)