ଯାଇଥିଲେ ୧୧, ଫେରିଲେ ୪; ଏବେବି ମିଳୁନି ଇତିଶ୍ରୀଙ୍କ ପତ୍ତା

ଏବେ ବି ମିଳିନି ଇତିଶ୍ରୀଙ୍କ ସହ ପରିବାର ସଦସ୍ୟଙ୍କ ସନ୍ଧାନ । ସିକ୍କିମ୍‌ ଦୁର୍ଘଟଣାର କାଳ ରାତି କଥା ବଖାଣିଲେ ନିଖୋଜ ଇତିଶ୍ରୀଙ୍କ ଭଉଣୀ ।

ଇତିଶ୍ରୀ ଜେନା

ଇତିଶ୍ରୀ ଜେନା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ସିକ୍କିମରେ ପାହାଡ଼ ଉପରୁ ବସ୍ ଖସି ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ଓ ପରିବାର ସଦସ୍ୟ ନିଖୋଜ ଘଟଣା ଏବେ ବି ସମସ୍ତଙ୍କୁ ଚିନ୍ତାରେ ରଖିଛି  । କାରଣ ଏବେଯାଏ ଇତିଶ୍ରୀଙ୍କର ପତ୍ତା ମିଳୁନି । ଯାଇଥିଲେ ୧୧ଜଣ କିନ୍ତୁ ଘରକୁ ଫେରିଛନ୍ତି ୪ଜଣ । 


ମେ ୨୯ ତାରିଖ ଗୁରୁବାର ରାତିରେ ଇତିଶ୍ରୀ ତାଙ୍କ ପରିବାର ସହ ବୁଲିବାକୁ ଯାଇଥିବାବେଳେ ତିସ୍ତା ନଦୀ କଡ଼ ଦେଇ ଯାଇଥିବା ସୁଉଚ୍ଚ ପାହାଡ଼ରୁ ପାଖାପାଖି ହଜାର ଫୁଟ ତଳକୁ ଖସିପଡ଼ିଥିଲା ତାଙ୍କ ଟୁରିଷ୍ଟ ଗାଡ଼ି । ଫଳରେ ଗାଡ଼ି ଯାଇ ସିଧା ପ୍ରଖର ତିସ୍ତା ନଦୀରେ ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଇତିଶ୍ରୀଙ୍କ ସହ ତାଙ୍କ ପରିବାରର ୪ ଜଣ ନିଖୋଜ ହୋଇଯାଇଛନ୍ତି । 

ଇତିଶ୍ରୀଙ୍କ ବଡ଼ ପୁଅ, ଭାଇ ,ଭାଉଜ ବି ବର୍ତ୍ତମାନ ନିଖୋଜ ଅଛନ୍ତି । ଅନେକ ଖୋଜାଖୋଜି ପରେ ବି ସେମାନଙ୍କ ପତ୍ତା ମିଳୁନି । ତେବେ ସିକ୍କିମରୁ ଫେରିଛନ୍ତି ଇତଶ୍ରୀଙ୍କ ଭଉଣୀ । ପରିବାର ସହ ଯାଇଥିବା ଇତିଶ୍ରୀଙ୍କ ଭଉଣୀ ଝରଣା ମହାପାତ୍ର ଏଥିରୁ ବର୍ତ୍ତି ଯାଇଛନ୍ତି । କିଭଳି ଥିଲା ସେଦିନର ଭୟଙ୍କର ମୁହୂର୍ତ୍ତ, କିଭଳି ନଦୀକୁ ଖସିଥିଲା ବସ୍ ସେନେଇ ଝରଣା ମହାପାତ୍ର ଗଣମାଧ୍ୟମ ଆଗରେ ବଖାଣିଛନ୍ତି । କହିଛନ୍ତି  ସେଦିନର ସେହି ଛାତିଥରା ଘଟଣା କଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe