ତେଜିବାରେ ଲାଗିଛି ବିଜେଡି କଳି: ଅମରଙ୍କ କ୍ଷୋଭ ପରେ ଭାଙ୍ଗିଲା ଯାଜପୁର ଗଡ

Advertisment

ଦିନକୁ ଦିନ ତେଜିବାରେ ଲାଗିଲାଣି ବିଜେଡି କଳି । ଭୁବନେଶ୍ବର ବିଜେଡି ସମେତ, ଯାଜପୁର, ଗଞ୍ଜାମରୁ ଆସିଲାଣି ଦଳରେ ଫାଟର ଚିତ୍ର । ପ୍ରଥମେ ବିଜେଡି ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ ଯାଜପୁର ବଡଚଣାର ବରିଷ୍ଠ ନେତା ଅମର ଶତପଥୀ ।

ଦିନକୁ ଦିନ ତେଜିବାରେ ଲାଗିଲାଣି ବିଜେଡି କଳି । ଭୁବନେଶ୍ବର ବିଜେଡି ସମେତ, ଯାଜପୁର, ଗଞ୍ଜାମରୁ ଆସିଲାଣି ଦଳରେ ଫାଟର ଚିତ୍ର । ପ୍ରଥମେ ବିଜେଡି ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ ଯାଜପୁର ବଡଚଣାର ବରିଷ୍ଠ ନେତା ଅମର ଶତପଥୀ ।

bjd

କନକବ୍ୟୁରୋ: ଦିନକୁ ଦିନ ତେଜିବାରେ ଲାଗିଲାଣି ବିଜେଡି କଳି । ଭୁବନେଶ୍ବର ବିଜେଡି ସମେତ, ଯାଜପୁର, ଗଞ୍ଜାମରୁ ଆସିଲାଣି ଦଳରେ ଫାଟର ଚିତ୍ର । ପ୍ରଥମେ ବିଜେଡି ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ ଯାଜପୁର ବଡଚଣାର ବରିଷ୍ଠ ନେତା ଅମର ଶତପଥୀ ।  ବିଜେଡି ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ ଅମର ଶତପଥୀ ।

ପାଣ୍ଡିଆନ୍‌ଙ୍କୁ ଅତ୍ୟଧିକ କ୍ଷମତା ଦେବା ଦଳ ପାଇଁ କାଳ ସାଜିଲା ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ ଅମର। ସେହିପରି ଭୁବନେଶ୍ବର ବିଜେଡିରେ କଳି ଦାଣ୍ଡରେ ପଡି ହାଟରେ ଗଡିଲାଣି ।

କର୍ପୋରେଟ ଅମରେଶ ଜେନା ଓ ବିରଞ୍ଚି ମହାସୁପକାର ବିଧାୟକ ଅନନ୍ତ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ବର ବିଜେଡିରେ ଫାଟ ପାଇଁ ଅନନ୍ତ-ଅଶୋକଙ୍କୁ ଦାୟୀ କରିଛନ୍ତି ଦୁଇ କର୍ପୋରେଟର ।

ସେହିପରି ଗଞ୍ଜାମ ବିଜେଡିରେ କଳି ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତାଙ୍କ ପାଇଁ ଗଞ୍ଜାମରେ ବିଜେଡି ହାରିଥିବା ଅଭିଯୋଗ କରିଛନ୍ତି କବିସୂର୍ୟ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ବିଜେପି ସହ ମିଶି ରଞ୍ଜିତା ବିଜେଡିକୁ ହରାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଲତିକା । ବିଜେଡିରେ ଦିନକୁ ଦିନ ଫାଟ ବଢି ଚାଲିଥିବା ଏମିତି ସବୁ ଘଟଣା ବୟାନ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe