କନକ ବ୍ୟୁରୋ: ମାଲକାନଗିରି ମୋଟୁଠାରୁ ଦିଲ୍ଲୀ ଜନ୍ତର ମନ୍ତର ଯାଏଁ ହେବ ଆନ୍ଦୋଳନ। ପୋଲଭାରମ ପ୍ରକଳ୍ପକୁ ବିରୋଧ କରି ଜୋରଦାର ଆନ୍ଦୋଳନ ଲାଗି ପ୍ରସ୍ତୁତି ଚଲାଇଛି ବିଜେଡି। ଆସନ୍ତା ୨୮ ତାରିଖରେ ମାଲକାନଗିରି ମୋଟୁଠାରେ ଏକ ବଡ ଧରଣର ଆନ୍ଦୋଳନ ଲାଗି ବିଜେଡି ପ୍ରସ୍ତୁତ ହେଉଥିବାବେଳେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଶାସକ ବିଜେପି ଏହାକୁ ପ୍ରହସନ ବୋଲି କହୁଥିବା ବେଳେ ପ୍ରସଙ୍ଗରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ।ମାଲକାନଗିରି ମୋଟୁଠାରୁ ଦିଲ୍ଲୀ ଜନ୍ତର ମନ୍ତର ଯାଏଁ ହେବ ଆନ୍ଦୋଳନ। ପୋଲଭାରମ ପ୍ରକଳ୍ପକୁ ବିରୋଧ କରି ଜୋରଦାର ଆନ୍ଦୋଳନ ଲାଗି ପ୍ରସ୍ତୁତି ଚଲାଇଛି ବିଜେଡି। ଆସନ୍ତା ୨୮ ତାରିଖରେ ମାଲକାନଗିରି ମୋଟୁଠାରେ ଏକ ବଡ ଧରଣର ଆନ୍ଦୋଳନ ଲାଗି ବିଜେଡି ପ୍ରସ୍ତୁତ ହେଉଥିବାବେଳେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି।  

Advertisment
  • ମାଲକାନଗିରି ମୋଟରୁ ଦିଲ୍ଲୀର ଜନ୍ତର ମନ୍ତର
  • ପୋଲାଭରମ ବିରୋଧି ଆନ୍ଦୋଳନକୁ ଜୋରଦାର କରିବ ବିଜେଡି

ପୋଲାଭରମ ପ୍ରକଳ୍ପ କାମ ଯେତିକି ଆଗେଇ ଚାଲିଛି, ବିଜେଡିର ବିରୋଧ ସେତିକି ତେଜିବାରେ ଲାଗିଛି। ପ୍ରକଳ୍ପକୁ ବିରୋଧରେ ଆସନ୍ତା ୨୮ରେ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଏକ ବଡ଼ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ଓଡିଶାର ହଜାର ହଜାର ନେତା ଓ ଜନତାଙ୍କୁ ଏହି କାର୍ଯ୍ୟକ୍ରମରେ ଏକାଠି କରିବାକୁ ଲକ୍ଷ୍ୟ ରଖିଛି ଦଳ। ମୋଟୁରେ ଜନଗର୍ଜନ ପରେ ଭୁବନେଶ୍ୱରରେ ବିକ୍ଷୋଭ ହେବ । ପରେ ଦିଲ୍ଲୀ ଜନ୍ତର ମନ୍ତର ଠାରେ ପ୍ରତିବାଦ ଲାଗି ପ୍ରସ୍ତୁତ ହେଉଛି ବିଜେଡି ।

  • ୨୪ ବର୍ଷ ଧରି କାହିଁକି ନିରବ ଥିଲା ବିଜେଡି?
  • କାହିଁକି ମୁହଁ ଖୋଲୁନି ଡବଲ ଇଞ୍ଜିନ ସରକାର?

ନିର୍ବାଚନ ପରେ ପୋଲାଭରମ ପ୍ରସଙ୍ଗରେ ପରେ ହଠାତ ଆକ୍ରାତ୍ମକ ହୋଇଉଠିଛି ବିଜେଡି । ବିଜେପି ଓଲଟା ପ୍ରଶ୍ନ କରିଛି, ଶାସନ ସମୟରେ ବିଜେଡି କାହିଁକି ଗ୍ରାମସଭା ଓ ପଲ୍ଲୀସଭାର ଆୟୋଜନ କରି କ୍ଷୟକ୍ଷତିର ଆକଳନ କରିନାହିଁ? ପୋଲାଭରମ ପ୍ରସଙ୍ଗରେ କାହିଁକି ବିରୋଧ ପ୍ରଦର୍ଶନ ହୋଇନଥିଲା? କଂଗ୍ରେସ କହିଛି, ରାଜନୈତିକ ପତିଆରା ପାଇଁ ବିଜେଡି ଉଦ୍ୟମ କରୁଛି । ଡବଲ ଇଞ୍ଜିନ ସରକାର କାହିଁକି ନୀରବ ଅଛି? 

ସାଧାରଣ ବଜେଟର ପୋଲାଭରମ ପ୍ରକଳ୍ପ ପାଇଁ ପ୍ରାୟ ୬ହଜାର କୋଟି ବ୍ୟୟବରାଦ ପରେ ଚିହିଁକି ଉଠିଥିଲା ବିଜେଡି। ବିଜେଡିର ଏକ ଟିମ ମୋଟୁ ଗ୍ରାଉଣ୍ଡ ଜିରୋକୁ ଯାଇ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। ଆଉ ଏବେ ମୋଟୁ ଠାରେ ଆନ୍ଦୋଳନ କରିବ ବିଜେଡି।