ମୁନା ଖାନଙ୍କ ବୟାନ, ରାଜ୍ୟ ରାଜନୀତିରେ କମ୍ପନ । ‘ବିଜେଡି ସମ୍ପର୍କରେ ବିଜେପିର ୧୪ ବିଧାୟକ’

Advertisment

ପରସ୍ପରର ଘର ଭାଙ୍ଗିବାକୁ ବିଜେଡି-ବିଜେପି ତୟାର । କାହା ନେତା କାହା କବଜାରେ, ଗଣମାଧ୍ୟମରେ ଚାଲିଛି ବୟାନବାଜି । ବିଜେଡି କହିଲା ୧୨ରୁ ୧୪ ବିଧାୟକ ଆମ ସହ ଯୋଗାଯୋଗରେ । ବିଜେପି ନେତା କହିଲେ, ଆଗ ଦଳ ରହୁ, ତାପରେ ନେବେ ।

Updated On

ପରସ୍ପରର ଘର ଭାଙ୍ଗିବାକୁ ବିଜେଡି-ବିଜେପି ତୟାର । କାହା ନେତା କାହା କବଜାରେ, ଗଣମାଧ୍ୟମରେ ଚାଲିଛି ବୟାନବାଜି । ବିଜେଡି କହିଲା ୧୨ରୁ ୧୪ ବିଧାୟକ ଆମ ସହ ଯୋଗାଯୋଗରେ । ବିଜେପି ନେତା କହିଲେ, ଆଗ ଦଳ ରହୁ, ତାପରେ ନେବେ ।

ଅଦ୍ୟତନ ହୋଇଛି
49ssssss

କନକ ବ୍ୟୁରୋ: ବିଜେଡି ସାଂସଦ ମୁନା ଖାନଙ୍କ ବୟାନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ବିଜେପିର ୧୪ ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି ବୋଲି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛନ୍ତି ବିଜେଡି ନେତା । ଆଉ ଜବାବରେ ଦୁଇ-ତୃତୀୟାଂଶ ଗଣିତର ପାଠ ପଢାଇ ମୁନ୍ନା ଖାନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଜୟନାରାୟଣ । 

ଦଳ ଭାଙ୍ଗିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ ବୟାନବାଜି ଜାରି ରହିଥିବାବେଳେ ବିଜେଡି ସାଂସଦ ମୁନା ଖାନଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେଡିରୁ ଜଣକ ପରେ ଜଣେ ନେତା ବିଜେପି ଯାଉଛନ୍ତି । ଏହାରି ଭିତରେ ମୁନା ଖାନ କହିଛନ୍ତି, ବିଜେଡି ଖୁବ କମ୍ ଦିନ ଭିତରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି । ଜବାବରେ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି,  ୧୪ ଜଣ ଗଲେ ଦୁଇ ତୃତୀୟାଂଶ ହେଉଛି କି ?  ଯିଏ ରାଜନୀତି ଗଣିତ ବୁଝିନାହିଁ ସିଏ ଏମିତି କୁହନ୍ତି । 
 
ମୁନା ଖାଁ ଓ ଜୟନାରାୟଣଙ୍କ ମଧ୍ୟରେ ବୟାନବାଜି କେବଳ ଏତିକିରେ ଥମିନାହିଁ ।  ବିଜେପି ସରକାର ଉପରେ ବର୍ଷିଛନ୍ତି ମୁନ୍ନା ଖାନ। ଆଉ ପ୍ରମିଳା ମଲ୍ଲିକଙ୍କ ଭଳି କହିଛନ୍ତି ଆଜି ନିର୍ବାଚନ ହେଲେ ବିଜେଡି ଶହେ ଆସନ ଜିତିବ । ଜବାବରେ ଜୟନାରାୟଣ କହିଛନ୍ତି, ୨୯ ଯାଏଁ ବିଜେଡି ରହିବ କି ନାହିଁ ସନ୍ଦେହ ।

ବିଜେଡି ଭାଙ୍ଗିଯିବ ବୋଲି  ବିଜେପି ନେତା ଓ ମନ୍ତ୍ରୀଙ୍କ ବୟାନ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଏଭଳି ସମୟରେ କେଉଁ ଗଣିତ ଆଧାରରେ  ମୁନା ଖାନ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି  ସେ ନେଇ ଆଲୋଚନା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe