ଗଞ୍ଜାମରେ ଛିଣ୍ଡୁଛି ବିଜେଡି, ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ ଓ ସମିତିସଭ୍ୟ ବିଜେପିରେ ମିଶିଛନ୍ତି । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ ।

dffssfsfsssds

କନକ ବ୍ୟୁରୋ : ଗଞ୍ଜାମରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ବିଜେଡି ସଙ୍ଗଠନ । ବିଜେଡି ହାତରୁ ଖସି ବିଜେପି ଖାତାକୁ ଗଲା ଗଞ୍ଜାମ ବ୍ଳକ । ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଗଞ୍ଜାମ ବ୍ଳକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ । ସେହିପରି ବିଜେଡି ଜିଲ୍ଲା ଉପସଭାପତି ସୁରଥ ପ୍ରଧାନ, ୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ ନେତା ଓ କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଦଳରେ ପାଦ ରଖିଛନ୍ତି । ଆଉ ବିଜୁ ଜନତା ଦଳ ବିରୋଧରେ ବିଶୋଦଗାର କରିଛନ୍ତି । 

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ ଓ ସମିତିସଭ୍ୟ ବିଜେପିରେ ମିଶିଛନ୍ତି । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ ।

ଗଞ୍ଜାମ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବ୍ଳକକୁ ବିଜେପି ଅକ୍ତିଆର କରୁଥିବା ବେଳେ ବିଜେଡ଼ି ୨୦୨୪ ସାଧାରଣ ନିର୍ବାଚନ ପରେ ଆଉ ଆକ୍ଟିଭ ମୋଡ଼କୁ ଆସି ସଭା ସମିତି କରୁନାହିଁ । ଫଳରେ ବିଜେଡ଼ିର ସଙ୍ଗଠନ ଦୁର୍ବଳ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe