ରାଜ୍ୟ ସିନା ଗରିବ, ହେଲେ ୮୧ ପ୍ରତିଶତ ବିଧାୟକ କୋଟିପତି

୨୦୨୫ ବିଧାନସଭା ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ଓ ଅଭିଯୋଗ ତାଲିକା ଆସିବା ପୂର୍ବରୁ ୨୦୨୦ ବିହାର ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକଙ୍କ ସମ୍ପତ୍ତି ତାଲିକା ଦେଖିଲେ କେହି ବି ଅନୁମାନ କରିପାରିବ ଯେ କୋଟି କୋଟି ଟଙ୍କା ନଥିଲେ ଜଣେ ଭାରତରେ ନିର୍ବାଚନ ଲଢି ଲୋକ ପ୍ରତିନିଧୀ ହେବା ସମ୍ଭବ ନୁହେଁ । 

þqKcþZZKZKZþ}

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସାରା ଦେଶର ନଜର ବିହାର ନିର୍ବାଚନ ଉପରେ ରହିଛି । କାରଣ ଗତ ନିର୍ବାଚନରେ ନୀତିଶକୁମାର ଓ ବିଜେପି ମିଳିତ ଭାବେ ତେଜସ୍ୱୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ମହାମେଣ୍ଟ ଠାରୁ ଅଳ୍ପ କିଛି ବ୍ୟବଧାନରେ ବିଜୟୀ ହୋଇଥିଲେ । ଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ଜନତା ପ୍ରାର୍ଥୀଙ୍କ ବାହୁବଳ ସହ ଅର୍ଥବଳକୁ ମଧ୍ୟ ପରଖିବେ । ପ୍ରାର୍ଥୀଙ୍କର ଏହି ଦୁଇଟି ଗୁଣ ଏବେ ଦେଶରେ ସ୍ୱଚ୍ଛ ରାଜନୀତିର ପ୍ରତୀକ ହୋଇସାରିଛି । 

୨୦୨୫ ବିଧାନସଭା ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ଓ ଅଭିଯୋଗ ତାଲିକା ଆସିବା ପୂର୍ବରୁ ୨୦୨୦ ବିହାର ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକଙ୍କ ସମ୍ପତ୍ତି ତାଲିକା ଦେଖିଲେ କେହି ବି ଅନୁମାନ କରିପାରିବ ଯେ କୋଟି କୋଟି ଟଙ୍କା ନଥିଲେ ଜଣେ ଭାରତରେ ନିର୍ବାଚନ ଲଢି ଲୋକ ପ୍ରତିନିଧୀ ହେବା ସମ୍ଭବ ନୁହେଁ । 

ବିହାରରେ ୨୦୨୦ ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୩୭୩୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ମଧ୍ୟରୁ ଜାତୀୟ ରାଜନୈତିକ ଦଳରୁ ୩୫୦, ଆଞ୍ଚଳିକ ଦଳରୁ ୪୭୪, ଅଣମାନ୍ୟତା ପ୍ରାପ୍ତ ଦଳରୁ ୧୬୦୭ ଓ ୧୨୯୬ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଥିଲେ । ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୩୭୦ ମହିଳା ଥିଲେ । ୨୦୨୦ ବିହାର ବିଧାନସଭା ନିର୍ବାଚନ ଜିତି ବିଧାନସଭା ପହଂଚିଥିିବା ମୋଟ ବିଧାୟକଙ୍କ ମଧ୍ୟରୁ ୧୯୪ ଜଣ ଅର୍ଥାତ ୮୧ ପ୍ରତିଶତ ବିଧାୟକ କୋଟିପତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe