ରୋହିତ ଶର୍ମାଙ୍କୁ ନେଇ ଆସିଲା ବଡ ଖବର !  ମୁମ୍ବାଇକୁ କହିପାରନ୍ତି ବାଏ ବାଏ....

ଆଇପିଏଲ୍ ମେଗା ଅକ୍ସନକୁ ନେଇ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ ଅପଡେଟ୍ । କେଉଁ ଖେଳାଳି କେଉଁ ଦଳକୁ ଯିବେ, ସେନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା ଆଲୋଚନା । ଆଉ ତାରି ଭିତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ନେଇ ଆସିଛି ଆଉ ଏକ ବଡ ଖବର ।

କୁହାଯାଉଛି ରୋହିତ ଶର୍ମା ଏଥର ଆଇପିଏଲ୍ ମେଗା ଅକ୍ସନର ନିଲାମ ପ୍ରକ୍ରିୟାକୁ ଯାଇପାରନ୍ତି । ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଟେନ୍ ନକରେ, ତେବେ ସେ ନିଲାମରେ ବିକ୍ରି ହେଇପାରନ୍ତି ବୋଲି ସୂଚନା ମିଳୁଛି ।

ରୋହିତ ଶର୍ମା ହେଉଛନ୍ତି ସେହି ଖେଳାଳି, ଯିଏ ମୁମ୍ବାଇକୁ ପାଞ୍ଚ ପାଞ୍ଚ ଥର ଚାମ୍ପିୟନ୍ କରିପାରିଛନ୍ତି । ଆଇପିଏଲର ଜଣେ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ହେଲେ ଗତ ସିଜିନରେ ଦଳ ତାଙ୍କୁ କ୍ୟାପଟେନ୍ ପୋଷ୍ଟରୁ ହଟେଇ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ କରିଥିଲା । ଆଉ ଯାହା ପରେ, ଏଥର ମେଗା ଅକ୍ସନରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ବାଏ ବାଏ କହିପାରନ୍ତି ବୋଲି ସୂଚନା ମିଳୁଛି ।

ଆଇପିଏଲରେ ବର୍ତମାନ ଏମିତି ଅନେକ ଟିମ୍ ଅଛନ୍ତି, ଯେଉଁମାନେ କି କ୍ୟାପଟେନ୍ ସନ୍ଧାନରେ ଅଛନ୍ତି । ଖାସ୍ କରି ଶିଖର ଧାଓ୍ୱନ ଅବସର ଘୋଷଣା ପରେ, ପ୍ରୀତି ଜିଣ୍ଟାଙ୍କ ମାଲିକାନାରେ ଥିବା ପଞ୍ଜାବ କିଙ୍ଗସ୍ ଏବେ ତାର ନୂଆ କ୍ୟାପଟେନ୍ ଖୋଜୁଛି । ତେଣୁ ଏପରି ସମୟରେ ଯଦି ରୋହିତ ନିଲାମ ପ୍ରକ୍ରିୟାକୁ ଯାଆନ୍ତି, ତେବେ ସବୁ ଟିମ୍ ତାଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବେ । ଆଉ ସେ ଆଇପିଏଲ୍ ଦାମୀ ଖେଳାଳି ଭାବେ ବିକ୍ରି ମଧ୍ୟ ହେଇପାରନ୍ତି ବୋଲି କୁହାଯାଉଛି ।

ଆଇପିଏଲର ଆଉ ଏକ ସଫଳ ଦଳ କୁହାଯାଉଥିବା ଗୁଜରାଟ ଟାଇଟନ୍ସକୁ ନେଇ ମଧ୍ୟ ଆସିଛି ବଡ ଅପଡେଟ୍ । ଦୀର୍ଘ ଦିନ ଧରି ଗିଲ୍ ଓ ନେହେରାଙ୍କୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା, ତା ଉପରୁ ପରଦା ହଟିଛି । ମିଳିଥିବା ସୂଚନା ମୁତାବକ, ୨୦୨୫ରେ ମଧ୍ୟ ଗୁଜରାଟ ଟାଇଟନ୍ସରେ ନଜର ଆସିପାରନ୍ତି ଏହି ଯୋଡି ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଗିଲ୍ ଓ ନେହେରାଙ୍କୁ ଗୁଜରାଟ ଟାଇଟନ୍ସ ବାଏ ବାଏ କହିପାରେ । ଏନେଇ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଏବେ ମିଳୁଥିବା ସୂଚନା ମୁତାବକ, ଶୁଭମନ୍ ଗିଲ୍ ଓ ଆଶିଷ ନେହେରା ପୂର୍ବଭଳି ଦଳ ସହ ରହିବେ ।

ଅନ୍ୟପଟେ ଗ୍ୟାରି କର୍ଷ୍ଟନଙ୍କ ଜାଗାରେ ଦଳ ଅନ୍ୟ ଜଣେ ଭାରତୀୟ ଖେଳାଳିଙ୍କୁ ଦଳର ହେଡ୍ କୋଚ୍ ଦାୟିତ୍ୱ ଦେଇପାରେ ବୋଲି ରିପୋର୍ଟ ଆସିଛି ।

ଆଇପିଏଲ୍ ମେଗା ଅକ୍ସନକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେଣୁ ଦେଖିବା ବାକି ରହିଲା, ଏବେ କେଉଁ ଖେଲାଳି ନିଜ ଟିମ୍ ପରିବର୍ତନ କରୁଛନ୍ତି । ଆଉ କେଉଁ ଟିମ୍ କେଉଁ ଖେଳାଳିଙ୍କୁ ରିଟେନ୍ ରଖୁଛି ।