ଭାରତୀୟ କ୍ରିକେଟ ପାଇଁ ବଡ ନିୟମ ; ହଟିବ ଷ୍ଟାର କଲଚର

ଭାରତୀୟ କ୍ରିକେଟରେ ବଡ ପରିବର୍ତ୍ତନ ଶୀଘ୍ର ହଟିବ ଷ୍ଟାର କଲଚର । ବ୍ୟକ୍ତିଗତ ସହାୟକ ଓ ଅଙ୍ଗରକ୍ଷୀଙ୍କୁ ନେଇପାରିବେନି ଖେଳାଳି । ସମସ୍ତଙ୍କ ପାଇଁ ନିୟମ ଲାଗୁ  ।

2222virat

2222virat Photograph: (Kanaknews)

କନକ ବ୍ୟୁରୋ: ଭାରତୀୟ କ୍ରିକେଟରେ ବଡ ପରିବର୍ତ୍ତନ ,ଶୀଘ୍ର ହଟିବ ଷ୍ଟାର କଲଚର । ୨୭ ବର୍ଷ ପରେ ଭାରତ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜରେ ପରାଜୟ ବରଣ କରିଥିଲା ,ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ ମଧ୍ୟ ହାରିଥିଲା ଏବଂ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ସିରିଜରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ବଡ ଆକ୍ସନ ନେଇଛି ବିସିସିଆଇ । ଟିମରେ ରହିବନି ଷ୍ଟାର କଲଚର ଅର୍ଥାତ ସମସ୍ତେ ସମାନ ଏବଂ ସମସ୍ତଙ୍କ ପାଇଁ ଗୋଟେ ନିୟମ ରହିବ । 

ନିୟମ ଅନୁସାରେ, ବର୍ତ୍ତମାନ ଠାରୁ ଟିମ୍ ଇଣ୍ଡିଆର ଖେଳାଳି ମାନେ ବ୍ୟକ୍ତିଗତ ରୋସେୟା ଠାରୁ ମ୍ୟାନେଜର ଏବଂ ସୁରକ୍ଷା କର୍ମୀଙ୍କୁ ଟୁରରେ ନେଇ ପାରିବେ ନାହିଁ । ବିଦେଶରେ ମ୍ୟାଚ ହେଉ ଅବା ଭାରତରେ ,ଟିମ୍ ବସରେ ହିଁ ସମସ୍ତ ଖେଳାଳି ଯିବେ ,ଘରୋଇ ଗାଡି ବା ବ୍ୟକ୍ତିଗତ କାର ବ୍ୟବହାର କରିପାରିବେ ନାହିଁ । ରୋଚକ କଥାଟି ହେଉଛି, ଟିମ ଇଣ୍ଡିଆର ଜଣେ ୱିକେଟ କିପରି ମ୍ୟାଚ ଖେଳିବାକୁ ଗଲେ ନିଜସ୍ବ ବ୍ୟକ୍ତିଗତ ରୋଷେୟାକୁ ମଧ୍ୟ ନେଇକି ଯାଉଥିଲେ ଏବଂ ଆଉ କିଛି ଖେଳାଳି ସୁରକ୍ଷା କର୍ମୀଙ୍କ ସହ ନିଜ ଅଫିସିଆଲ ଷ୍ଟାଫ୍ ଙ୍କୁ ମଧ୍ୟ ସାଙ୍ଗରେ ନେଉଥିଲେ ଯାହା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe