କନକବ୍ୟୁରୋ : ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ । ୨୯ରୁ ୧ ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । 

Advertisment

ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି । କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟର୍‌ରେ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ଚାଲିଛି ।