କନକ ବ୍ୟୁରୋ: ଭରତପୁର ଥାନା କାଣ୍ଡକୁ ନେଇ ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି ହାଇକୋର୍ଟ। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଭରତପୁର ଥାନା ଉପରେ ଅସନ୍ତୋଷ ଝାଡିଛନ୍ତି କୋର୍ଟ। କାହିଁକି ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର କରାଯାଉଛି ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ହାଇକୋର୍ଟ। ୬୫୦ ରୁ ୫୭ ଥାନାରେ ସିସିଟିଭି ନାହିଁ। ସିସିଟିଭି ବ୍ୟବସ୍ଥା ନେଇ ପୋଲିସ ଆଧୁନିକୀକରଣ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନାରେ ସିସିଟିଭି ନ ଥିବା ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅକ୍ଟୋବର ୯ ରେ ପରବର୍ତ୍ତୀ ଶୁଣାଣି ହେବ। 

Advertisment