କନକ ବ୍ୟୁରୋ : ଭରତପୁର ମାମଲାରେ ସ୍ପଟ୍ ଭିଜିଟ୍ କରିବେ ତଦନ୍ତ କମିଶନ । ଆସନ୍ତା ୧୯ ତାରିଖରେ ତଦନ୍ତ କମିଶନ ଘଟଣାସ୍ଥଳକୁ ଯିବେ । ଭରତପୁର ଥାନା ଯିବା ସହ ମେଜର ଓ ବନ୍ଧାବୀଙ୍କ ସହ ଯେଉଁ ସ୍ଥାନରେ ଛାତ୍ରମାନେ ଗଣ୍ଡଗୋଳ କରିଥିଲେ ସେହି ସ୍ଥାନକୁ ଯାଇ ତଦନ୍ତ କରିବେ କମିଶନ ।
ଆଜି ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଯାଇଛି । ଉଭୟ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ଅବଗତ କରାଇଛନ୍ତି କମିଶନ । ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ମାମଲାରେ ଆଜି ପ୍ରଥମ ସାକ୍ଷ୍ୟ ଗ୍ରହଣ କରାଯାଇଛି । ମେଜର ଓ ବାନ୍ଧବୀ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ହାଜର ହୋଇଥିଲେ । ସେହିଭଳି ଗଣ୍ଡଗୋଳ କରିଥିବା ଯୁବକଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଛନ୍ତି । ମାମଲାରେ କମିଶନଙ୍କ ନିକଟରେ ୫୦୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଛି । ମୋଟ ୧୬ ଜଣଙ୍କୁ କମିଶନଙ୍କ ପକ୍ଷରୁ ସମନ ଜାରି କରାଯାଇଛି । ମେଜର ଓ ତାଙ୍କ ବାନ୍ଧବୀ, ଅଭିଯୋଗ ଆସିଥିବା ପୋଲିସ ଅଧିକାରୀ ଓ ଗଣ୍ଡଗୋଳ କରିଥିବା ଯୁବକ ରହିଛନ୍ତି ।