ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣା : ତତ୍କାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବେଲପାହାଡ଼ ମ୍ୟୁନିସିପାଲିଟି ତତକାଳୀନ  ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରାଯାଇଛି ।

chain

chain Photograph: (KanakNews)

କନକ ବ୍ୟୁରୋ : ଦୁର୍ନୀତି ପାଇଁ ତହସିଲଦାର ନିଲମ୍ବିତ । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବେଲପାହାଡ଼ ମ୍ୟୁନିସିପାଲିଟି ତତକାଳୀନ  ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରାଯାଇଛି । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ମଧୁସ୍ମିତା ସିଂ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ଜାମଦାର ତହସିଲଦାର ଅଛନ୍ତି । ତାଙ୍କ ବିରୋଧରେ ୪ କୋଟିରୁ ଅଧିକ ଟଙ୍କାର ଆର୍ଥିକ ହେରଫେର ଅଭିଯୋଗ ହୋଇଛି । ଏବେ ଏହି ଦୁର୍ନୀତିର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ଦୁର୍ନୀତି ମାମଲାରେ ବେଲପାହାଡ଼ ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe