କନକ ବ୍ୟୁରୋ: ପର୍ଣ୍ଣ ଷ୍ଟାରଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦେବା ମାମଲାରେ ନ୍ୟୁୟର୍କର ଜଜ୍ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଦଣ୍ଡବିଧାନର ତାରିଖ ସ୍ଥିର କରିଛନ୍ତି । ଏହା ସହିତ ନିଷ୍ପତ୍ତି ନିଆଯାଇଛି ଯେ ରିପବ୍ଲିକାନ୍ ନେତା ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ଦୋଷୀ ସାବ୍ୟସ୍ତ ଅପରାଧୀ ଭାବରେ ହ୍ବାଇଟ ହାଉସ୍‌କୁ ଯିବେ । ଏହି ମାମଲାରେ ବିଚାରପତି ଜାନୁଆରି ୧୦କୁ ଦଣ୍ଡବିଧାନ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ତାଙ୍କୁ ଜେଲ୍ ପଠାଯିବ କି ନାହିଁ ତାହା ନ୍ୟୁୟର୍କ କୋର୍ଟର ବିଚାରପତି ଜୁଆନ ମାର୍ଚେନ୍ ରାୟ ଦେବେ।  ଟଙ୍କା ଦେଇ ଚୁପ୍ ରହିବା ମାମଲାରେ ଜଜ୍ ମାର୍ଚେନ୍ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ଥିର ହୋଇଛି ଯେ, ଟ୍ରମ୍ପ୍ ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ଦୋଷୀ ସାବ୍ୟସ୍ତ ହୋଇ ହ୍ବାଇଟ୍ ହାଉସ୍ ଯିବେ।

Advertisment