ବରଗଡ଼ ଦୁଷ୍କର୍ମ ପୀଡ଼ିତାଙ୍କ ହସ୍ପିଟାଲରେ ମୃତ୍ୟୁ ; ୪ ଦିନ ପୂର୍ବରୁ ସମ୍ପର୍କୀୟଙ୍କ ଘରକୁ ଯାଇ ନିଖୋଜ ଥିଲେ

ବରଗଡ଼ରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ୪ଦିନ ପୂର୍ବରୁ ମାମୁ ଘରକୁ ଯାଇ ନିଖୋଜ ହୋଇଯାଇଥିଲେ ନାବାଳିକା । ଗତକାଲି ସୋହେଲା ଡାକ୍ତରଖାନାରେ ପିଡ଼ିତାଙ୍କ ମୃତ୍ୟୁ ପରେ ବଢ଼ିଲା ବିବାଦ ।  ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା ।

ବରଗଡ଼ଽଽଽଽ--------

ବରଗଡ଼ଽଽଽଽ-------- Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ୪ ଦିନ ପୂର୍ବରୁ ମାମୁ ଘରକୁ ଯାଇ ନିଖୋଜ ଥିବା ଜଣେ ନାବାଳିକାଙ୍କ ଆଜି ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ନାବାଳିକା ଜଣକ ବରଗଡ଼ ସଦର ଥାନା ଅଞ୍ଚଳର ବୋଲି ସୂଚନା ରହିଛି । ଗତ ୨୮ ତାରିଖରୁ ନାବାଳିକା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର l ଆଜି ଜଣେ ଯୁବକ ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ଚିକିତ୍ସା କରିବାକୁ ଆଣିବା ବେଳେ ଡାକ୍ତର ନାବାଳିକାର ମୃତ୍ୟୁ ହୋଇଥିବା କହିଥିଲେ l ନାବାଳିକା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ  l ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ l 

ତେବେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ନ୍ୟାୟ ଦେବା ପାଇଁ  ଦାବି କରିଛନ୍ତି  l ଅନ୍ୟପଟେ ନାବାଳିକାଙ୍କୁ ହସ୍ପିଟାଲ ଆଣିଥିବା ଯୁବକ ସଂଜୀବ ମହାନନ୍ଦକୁ ସଦର ଥାନା ପୋଲିସ ଅଟକ ରଖି ପଚରାଉଚରା କରିଵା ସହ ଘଟଣାର ଅଧିକ ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe