କାଶ୍ମୀରକୁ ଗଡ଼ିବ ବନ୍ଦେ ଭାରତ ; ଭୂସ୍ବର୍ଗକୁ ଛୁଟିବ ଅଧିକ ପର୍ଯ୍ୟଟକଙ୍କ ସୁଅ

କାଶ୍ମୀରକୁ ଗଡ଼ିବ ବନ୍ଦେ ଭାରତ । ଚେନାବ ଓ ଅଞ୍ଜି ସେତୁର ହେବ ଉଦଘାଟନ । କାଲି ୪୬ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ବଢ଼ିବେ ପର୍ଯ୍ୟଟକ, ସୃଷ୍ଟି ହେବ ରୋଜଗାର ।

Bande bharat

Bande bharat Photograph: (KanakNews)

କନକ ବ୍ୟୁରୋ: ଶୁକ୍ରବାର କାଶ୍ମୀରକୁ ମିଳିବ ବଡ଼ ଉପହାର । ଏଣିକି ସହଜ ହେବ କାଶ୍ମୀର ଯାତ୍ରା । କତାରରୁ ଶ୍ରୀନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ବୈଷ୍ଣୋଦେବୀଙ୍କ ଦର୍ଶନ ପରେ କାଶ୍ମୀର ଗସ୍ତ କରିପାରିବେ ପର୍ଯ୍ୟଟକ । ଅମରନାଥ ଯାତ୍ରୀଙ୍କୁ ମଧ୍ୟ କାଶ୍ମୀରକୁ ମିଳିପାରିବ ଟ୍ରେନ ସୁବିଧା। କାଲି ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 ଚେନାବ ସେତୁ ହେଉଛି ବିଶ୍ବର ସବୁଠୁ ଉଚ୍ଚ ରେଳ ସେତୁ । ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚରେ ରହିଛି ସେତୁ । ପ୍ୟାରିସର ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ । ସେତୁ ନିର୍ମାଣରେ ବ୍ୟବହାର ହୋଇଛି ୩୦ହଜାର ମେଟ୍ରିକ୍‌ ଟନ୍‌ ଇସ୍ପାତ । ବାତ୍ୟା ଭୂକମ୍ପ ବି କରିପାରିବନାହିଁ କ୍ଷତି । ସାମରିକ କ୍ଷେତ୍ରରେ ମଧ୍ୟ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଅସ୍ତ୍ରଶସ୍ତ୍ର ପରିବହନ ସହଜ ଓ ସରଳ କରିବ ଚେନାବ ସେତୁ । 

ପହଲଗାମ୍ ଆକ୍ରମଣ ପରେ ମୋଦୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ଏହି ସମୟରେ ୪୬ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଚେନାବ୍ ସହ ଓ ଅଞ୍ଜି ସେତୁର ମଧ୍ୟ ଉଦଘାଟନ ହେବ । କତରାରୁ ଶ୍ରୀନଗର ମଧ୍ୟରେ ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ । କେନ୍ଦ୍ରର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ପିଡିପି ନେତ୍ରୀ ଇତ୍ତିଜା ମୁଫତି ।  ସେତୁ ଓ ଟ୍ରେନ ସେବାର ଶୁଭରମ୍ଭ ପରେ କାଶ୍ମୀର ବିକାଶକୁ ମିଳିବ ଅଭିବୃଦ୍ଧି । ଯାତ୍ରା ହେବ ସହଜ, ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା । ଯାହା ରୋଜଗାର ସୃଷ୍ଟି ସହ କାଶ୍ମୀରବାସୀଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe