ବାଲେଶ୍ବର ଛାତ୍ରୀଙ୍କ ଆତ୍ମାହୁତି ଘଟଣା : ଭୟରେ କଲେଜ ଆସୁନାହାନ୍ତି ଛାତ୍ରୀ

ବାଲେଶ୍ବର ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍‌ର ସରଜିନ୍ ତଦନ୍ତ । ଏଫ୍ ଏମ୍ କଲେଜ ଯାଇ କ୍ରାଇମବ୍ରାଞ୍ଚ ଟିମ୍‌ ସ୍ପଟ୍ ଯାଞ୍ଚ କରିଛି ।

bahya

Photograph: (kanaknews)

କନକବ୍ୟୁରୋ : ବାଲେଶ୍ବର ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍‌ର ସରଜିନ୍ ତଦନ୍ତ । ଏଫ୍ ଏମ୍ କଲେଜ ଯାଇ କ୍ରାଇମବ୍ରାଞ୍ଚ ଟିମ୍‌ ସ୍ପଟ୍ ଯାଞ୍ଚ କରିଛି ।  ସିସିଟିଭି ଫୁଟେଜ୍ ଘାଣ୍ଟୁଛନ୍ତି ଅଧିକାରୀ । ଘଟଣା ପରେ କେଉଁ ପଟେ ଯାଇଥିଲେ ଛାତ୍ରୀ, କେଉଁପଟେ ଯାଇଥିଲା ଆମ୍ବୁଲାନ୍ସ, ସେନେଇ ତନାଘନା କରିଛନ୍ତି। ଏଥିରେ ଅନେକଙ୍କର ସମ୍ପୃକ୍ତି ରହିଛି । ସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଇମନ କଲ୍ୟାଣ ନାୟକ । ସେପଟେ FM ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ୧୧ ଦିନ ବିତିଗଲାଣି।

ତଦନ୍ତ ପ୍ରକ୍ରିୟା ଚାଲିଛି। କ୍ରାଇମବ୍ରାଞ୍ଚ ଟମ୍ ତନାଘନା ଚଳେଇଛି। କଲେଜ୍ ରେ ହୋଇଥିବା ଘଟଣାକୁ ନେଇ ଏବେ ବି ଭୟରେ ଛାତ୍ରୀ। ଗାର୍ଲ୍ସ ହଷ୍ଟେଲ ରେ ଅଧ। ବେଡ ଫାଙ୍କା ପଡିଛି । ପିଲା ଘରକୁ ଯାଇଛନ୍ତି ଫେରି ନାହାନ୍ତି । ଜଣେ ଜଣେ ଛାତ୍ରୀ ଆସୁଛନ୍ତି  ।

କଲେଜ୍ ଆସିଲେ ଟିକେ ଭୟ ଲାଗୁଥିବା କହିଛନ୍ତି ଛାତ୍ରୀ । ସମୟ ଗଡିଲେ ସବୁ ସ୍ଵାଭାବିକ ହୋଇଯିବ ବୋଲି କହିଛନ୍ତି ଛାତ୍ରୀ । ହଷ୍ଟେଲ ଦାୟିତ୍ୱରେ ଥିବା ଅଧ୍ୟାପିକା ମିନତୀ ସେଠୀ କହିଛନ୍ତି ଧୀରେ ଧୀରେ ସ୍ଵାଭାବିକ ହେଉଛି କଲେଜ୍ । କ୍ଲାସ ଆରମ୍ଭ ହୋଇଛି ଓ ନାମଲେଖା ମଧ୍ୟ ଚାଲିଛି । କିଛି ସମସ୍ୟା ଅନୁଭବ କଲେ ଅନ୍ୟ ଶିକ୍ଷୟତ୍ରୀଙ୍କୁ ଓ ଅବିଭାବକଙ୍କୁ ସଙ୍ଗେ ସଙ୍ଗେ ଜଣେଇବାକୁ କୁହାଯାଉଥିବା କହିଛନ୍ତି ଅଧ୍ୟାପିକା ମିନତୀ ସେଠୀ । ..
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe