ବାଲେଶ୍ବର ଗୋପାଳପୁରରେ ଚାଞ୍ଚଲ୍ୟ : ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ବର ଗୋପାଳପୁରରେ ପୂର୍ବ ଶତ୍ରୁତାକୁ ନେଇ ହାଣିଲେ ଯୁବକ। ପୂରା ଅଞ୍ଚଳରେ କୋକୁଆ ଭୟ। ସୂଚନା ମୁତାବକ, ଗୋପାଳପୁର ବଜାରକୁ ଶ୍ରୀଜଙ୍ଗ ଗାଁର ପୁଅ ଅଜୟ ମଲ୍ଲିକ ମୋବାଇଲ କିଣିବାକୁ ଆସୁଥିବା ବେଳେ କୁଆପଦା ଗାଁର କିଛି ଯୁବକ ତାଙ୍କୁ ଉଠାଇନେଇଥିଲେ

01

Photograph: (kanaknews)

କନକବ୍ୟୁରୋ : ବାଲେଶ୍ବର ଗୋପାଳପୁରରେ ପୂର୍ବ ଶତ୍ରୁତାକୁ ନେଇ ହାଣିଲେ ଯୁବକ। ପୂରା ଅଞ୍ଚଳରେ କୋକୁଆ ଭୟ। ସୂଚନା ମୁତାବକ, ଗୋପାଳପୁର ବଜାରକୁ ଶ୍ରୀଜଙ୍ଗ ଗାଁର ପୁଅ ଅଜୟ ମଲ୍ଲିକ ମୋବାଇଲ କିଣିବାକୁ ଆସୁଥିବା ବେଳେ କୁଆପଦା ଗାଁର କିଛି ଯୁବକ ତାଙ୍କୁ ଉଠାଇନେଇଥିଲେ l ଯୁବକଙ୍କୁ ମାରପିଟ୍ କରିବା ସହ ସମୁଦ୍ର ନିକଟରେ ହାଣିକି ଫିଙ୍ଗିଦେଇଥିଲେ l

ଖବର ପାଇ ଗୋପାଳପୁର ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜୟଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏହି ଘଟଣାର କିଛି ସମୟ ପରେ କୁଆପଦା ଗାଁର ରମାକାନ୍ତ ମହାଳିକ ରସାଳପୁର ବଜାରକୁ ମେଡ଼ିସିନ ଆଣିବାକୁ ଯାଇଥିଲେ l ତେବେ ରମାକାନ୍ତ ମହାଳିକ ମେଡ଼ିସିନ ନେଇ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଠାରେ  କିଛି ଲୋକେ ତାଙ୍କୁ ମାରପିଟ୍ କରିବା ସହ ଗୋଡାଇ ଗୋଡାଇ ହାଣିଥିଲେ ।   ଉଭୟ ଗୁରୁତରଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l
---
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe