Photograph: (kanaknews)
କନକବ୍ୟୁରୋ : ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତିନିଦିନିଆ ରିମାଣ୍ଡ ଆବେଦନର ମଞ୍ଜୁରୀ ଦେଇଛନ୍ତି କୋର୍ଟ । ଘଟଣାର ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଫକୀର ମୋହନ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏଚଏଓଡି ସମୀର କୁମାର ସାହୁ । ଜୁଲାଇ ୧୨ ତାରିଖ ଘଟଣା ଦିନ ସମୀରଙ୍କୁ କଲେଜ ପରିସରରରୁ ଗିରଫ କରିଥିଲା ସହଦେଵଖୁଣ୍ଟା ପୋଲିସ । ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।
Follow Us