ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର : ଘର ଆଗରେ ବଢ଼ିଲା ସୁରକ୍ଷା

ଆଜି ଦିଲ୍ଲୀରେ କରାଯିବ ଶବ ବ୍ୟବଚ୍ଛେଦ । ପୋଷ୍ଟମର୍ଟମ ପରେ ଓଡ଼ିଶା ଆସିବ ମରଶରୀର। ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା। ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Balanga

Balanga Photograph: (KanakNews)

କନକ ବ୍ୟୁରୋ : ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ୧୫ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ପୀଡ଼ିତା । ଆଜି ଦିଲ୍ଲୀରେ କରାଯିବ ଶବ ବ୍ୟବଚ୍ଛେଦ । ପୋଷ୍ଟମର୍ଟମ ପରେ ଓଡ଼ିଶା ଆସିବ ମରଶରୀର। ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ବଢ଼ାଯାଇଛି ସୁରକ୍ଷା ବ୍ୟବସ୍ଥା। ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ। ଆରପାରିକୁ ଚାଲିଗଲେ ବଳଙ୍ଗା ପୀଡ଼ିତା। ହେଲେ ୧୫ ଦିନ ପରେ ବି ଅଭିଯୁକ୍ତଙ୍କର ଟେର୍ ପାଇଲାନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୁଲିସ ଟିମ୍। ଭୁବନେଶ୍ବର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା। ଦିଲ୍ଲୀ ଯାଇ ମଧ୍ୟ ବୟାନ ରେକର୍ଡ କରିଥିଲେ ପୁଲିସ ଅଧିକାରୀ। ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ। ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା। ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି।

ତେବେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ଯାଏଁ ଘଟଣାର ୧୫ ଦିନ ପରେ ବି ଅଭିଯୁକ୍ତକୁ ଠାବ କରିବାରେ ସଫଳ ହୋଇନି ପୁଲିସ। ପୀଡ଼ିତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe