ଟିଟଲାଗଡ଼ରେ ବିକ୍ରି ଶିଶୁ କନ୍ୟା ଉଦ୍ଧାର : ବରଗଡ଼ ପାଇକମାଳରୁ ଉଦ୍ଧାର କଲେ ପୁଲିସ ଓ ଶିଶୁମଙ୍ଗଳ ଅଧିକାରୀ

Advertisment

ଟିଟିଲାଗଡରେ ବିକ୍ରି ଶିଶୁ କନ୍ୟା ଉଦ୍ଧାର । ବରଗଡ ଜିଲ୍ଲା ପାଇକମାଳରୁ ଉଦ୍ଧାର କରାଯାଇଛି ।  ଟିଟିଲାଗଡ଼, ପାଇକମାଳ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ଦ୍ବାରା ଶିଶୁଟିକୁ ଉଦ୍ଧାର କରାଯାଇଛି ।  

ଟିଟିଲାଗଡରେ ବିକ୍ରି ଶିଶୁ କନ୍ୟା ଉଦ୍ଧାର । ବରଗଡ ଜିଲ୍ଲା ପାଇକମାଳରୁ ଉଦ୍ଧାର କରାଯାଇଛି ।  ଟିଟିଲାଗଡ଼, ପାଇକମାଳ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ଦ୍ବାରା ଶିଶୁଟିକୁ ଉଦ୍ଧାର କରାଯାଇଛି ।  

22

Photograph: (KANAKNEWS)

କନକବ୍ୟୁରୋ : ଟିଟିଲାଗଡରେ ବିକ୍ରି ଶିଶୁ କନ୍ୟା ଉଦ୍ଧାର । ବରଗଡ ଜିଲ୍ଲା ପାଇକମାଳରୁ ଉଦ୍ଧାର କରାଯାଇଛି ।  ଟିଟିଲାଗଡ଼, ପାଇକମାଳ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ଦ୍ବାରା ଶିଶୁଟିକୁ ଉଦ୍ଧାର କରାଯାଇଛି ।  ମାତ୍ର ୨୦ ହଜାର ଟଙ୍କାରେ ଏକ ଦମ୍ପତି, ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।  ଟିଟିଲାଗଡ ବ୍ଲକ ବାଗଡେର ଗାଁରୁ ଏହି ଖବର ଆସିଥିଲା । ବାଗଡେର ଗାଁର ନୀଳ ରଣାଙ୍କ ପ୍ରଥମ ସ୍ତ୍ରୀଙ୍କ ପାଖରୁ ୩ଟି ଶିଶୁ କନ୍ୟା ଥିଲା ।

ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ପ୍ରଥମ ସ୍ତ୍ରୀ ନୀଳ ରଣାଙ୍କୁ ଛାଡି ବାପ ଘରକୁ ପଳାଇ ଯାଇଥିଲେ । ନୀଳ ଦ୍ବିତୀୟ ବିବାହ କରିବା ପରେ ଦ୍ବିତୀୟ ସ୍ତ୍ରୀଙ୍କଠାରୁ ଝିଅ ହୋଇଥିଲା । ଦ୍ବିତୀୟ ଝିଅ ହେବା ପରେ ସେହି ଝିଅକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ନୀଳ ରଣା ଓ ପତ୍ନୀ କନକ ରଣା ସ୍ଵୀକାର କରିଛନ୍ତି । ନୀଳ ରଣା ଓ କନକ ରଣା ଖୁବ ଗରିବ ଶ୍ରେଣୀର ହୋଇଥିବାରୁ ବର୍ଷର ଅଧିକାଂଶ ସମୟ ଦାଦନ ଯାଇଥାନ୍ତି । ତେଣୁ ଦାରିଦ୍ର୍ୟ ଯୋଗୁଁ ବରଗଡ଼ ଜିଲ୍ଲା ପାଇକମାଳର ଏକ ଦମ୍ପତିଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe