ଆଡିଲେଡ୍ ଟେଷ୍ଟ; ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୧୮୦ ରନରେ ଅଲଆଉଟ୍ । ମିଚେଲ ଷ୍ଟାର୍କକୁ ୬ ଓ୍ୱିକେଟ୍ ସଫଳତା ।

ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଇଂନିସରେ ୧୮୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ । ଆଡିଲେଡ୍ ଟେଷ୍ଟର ପ୍ରଥମ ଇଂନିସରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା ।

india all out

କନକ ବ୍ୟୁରୋ: ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଇଂନିସରେ ୧୮୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ । ଆଡିଲେଡ୍ ଟେଷ୍ଟର ପ୍ରଥମ ଇଂନିସରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଆଉ ଇଂନିସର ପ୍ରଥମ ବଲରେ ହିଁ ଯଶସ୍ୱୀ ଜୟସଓ୍ୱାଲ ଏଲବିଡବ୍ଲ୍ୟୁ ହେଇ ପାଭିଲିୟନ୍ ଫେରିଥିଲେ । ଏହାପରେ ରାହୁଲ ଆଉ ଗିଲ୍ ଯୋଡି ୬୯ ରନର ପାର୍ଟନରସିପ୍ ଗଢିଥିଲେ ବି, ଏହାପରେ ଟିମ୍ ଇଣ୍ଡିଆ ଲଗାତାର ବ୍ୟବଧାନରେ ଓ୍ୱିକେଟ୍ ହରାଇ ଚାଲିଥିଲା । ତେବେ ଶେଷ ଆଡକୁ ୪୨ ରନର ଇଂନିସ୍ ଖେଳିଥିଲେ ନୀତିଶ ରେଡ୍ଡୀ । 

ଅଷ୍ଟ୍ରେଲିଆ ତରଫରୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୬ଟି ଓ୍ୱିକେଟ୍ ନେଇଥିଲାବେଳେ, ପାଟ୍ କମିନ୍ସ ୨ଟି ଓ ବୋଲାଣ୍ଡ ମଧ୍ୟ ଦୁଇଟି ଓ୍ୱିକେଟ୍ ନେଇଥିଲେ । ତେବେ ପର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ଅଛି ଦଳ । ଆଉ ଏବେ ଆଡିଲେଡ୍ ଟେଷ୍ଟର ପ୍ରଥମ ଇଂନିସରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe