କନକ ବ୍ୟୁରୋ: କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିସୀ ମାର୍ଲେନା । ବିଜେପି କାଲକାଜୀ ପ୍ରାର୍ଥୀ ରମେଶ ବିଧୁରୀଙ୍କ ବୟାନକୁ ନେଇ ଆପତ୍ତି ପ୍ରକାଶ କରିବା ପରେ ଭାବବିହ୍ବଳ ହୋଇପଡିଛନ୍ତି ଆତିସି । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଆକ୍ରୋଶ ଜାହିର କରିବା ପରେ କହିଛନ୍ତି ଶସ୍ତା ରାଜନୀତି ପାଇଁ ବିଜେପି ନେତା ଓ ମନ୍ତ୍ରୀ ମା’ ଓ ଭଉଣୀଙ୍କୁ ଅପମାନ କରିବାକୁ ପଛାଉ ନାହାଁନ୍ତି ।
ପୂର୍ବତନ ବିଜେପି ସାଂସଦ ତଥା କଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ରମେଶ ବିଧୁରୀ ପ୍ରିୟଙ୍କା ଗାନ୍ଧୀ ଏବଂ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦେଇଥିବା ବିବାଦୀୟ ବକ୍ତବ୍ୟକୁ ନେଇ ଉଠିଥିବା ବିବାଦ ଆହୁରି ଘନୀଭୂତ ହୋଇଛି । ତାଙ୍କ ବିରୋଧରେ ରମେଶ ବିଧୁରୀଙ୍କ ମନ୍ତବ୍ୟ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ବିଧୁରୀଙ୍କ ବକ୍ତବ୍ୟର ଉତ୍ତରରେ ଆତିଶୀ କହିଛନ୍ତି, "ଆମର ରାଜନୀତି ଏତେ ତଳକୁ କିପରି ଖସି ପାରିବ ? ସେ ୧୦ ବର୍ଷ ଧରି ସାଂସଦ ଥିବାବେଳେ କାଲକାଜୀଙ୍କ ପାଇଁ କେଉଁ କାମ କରିଛନ୍ତି ତାହା କହିବା ଉଚିତ୍।"