କନକବ୍ୟୁରୋ : ଗାଁ ମୁହାଁ ଦନ୍ତା ହାତୀ  l  ଯାଜପୁର ଧର୍ମଶାଳା ଅଂଚଳରେ ଉତ୍ପାତ କରୁଥିବା ଦନ୍ତା ଏବେ କଟକ ଗୋବିନ୍ଦ ପୁର, ଜରିପଡ଼ା ଅଞ୍ଚଳରେ ଉପଦ୍ରବ ଜାରି ରଖିଛି  । ଦନ୍ତାକୁ ଘଉଡ଼ାଇବା ପାଇଁ କଟକ ଫରେଷ୍ଟ, ସିଟି ଡ଼ିଭିଜନ ଏବଂ ନନ୍ଦନ କାନନର ସ୍ଵତନ୍ତ୍ର ଡ୍ରାଇଭିଙ୍ଗ ସ୍କ୍ୱାର୍ଡ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି  । ଦୀର୍ଘ ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଫେଲ୍ ମାରିଛି   l 

Advertisment

ହାତୀ ଘଉଡ଼ାଇବା ସରଞ୍ଜାମ ନେଇ ବନ ବିଭାଗ ପ୍ରସ୍ତୁତ ଥିଲେ ମଧ୍ୟ ଶହ ଶହ ଲୋକଙ୍କୁ ଦେଖି ବଣରେ ଲୁଚି ରହୁଛି ଏକୁଟିଆ ଦନ୍ତା  l  କ୍ଷୟକ୍ଷତିକୁ ନଜର ରଖି ବନ ବିଭାଗର ୧୦୦ ଜଣିଆ ଟିମ୍ ହାତୀର ଗତି ବିଧି ଉପରେ ପୁରା ନଜର ରଖିଥିବା ବେଳେ ହାତୀ ଜଙ୍ଗଲ ମୁହାଁ ନହେଲେ ଟ୍ରାଙ୍କୁଲାଇଜ୍ କରାଯିବାର ବ୍ୟବସ୍ଥା ଥିବା କହିଛନ୍ତି ଡିଏଫ୍ଓ