କନକ ବ୍ୟୁରୋ: ବରଗଡ଼ କୁର୍ଲା ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଦାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୁଲିସ। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୁଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡ଼ିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ବରଗଡ଼ ବ୍ଲକ ଖଣ୍ଡହତକ୍ଷ ମାଲିପାଲି ଗାଁର ହୋଇଥିବା ପୁଲିସ ସୂଚନା ଦେଇଛି। ଏହାସହ ଗିରଫଦାରି ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏପଟେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୁଲିସ। ସେପଟେ ଏହି ଘଟଣାକୁ ନେଇ ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବରଗଡର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଓ ପରେ କୁର୍ଲା ଜଙ୍ଗଲରୁ ଯୁବତୀ ମୂର୍ମୁଷ ଅବସ୍ଥାରେ ଉଦ୍ଧାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ଼ ବନ୍ଦ ପାଳନ କରାଯାଉଛି। ବରଗଡ଼ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ଅତ୍ୟାବଶ୍ୟକ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଘଟଣାକୁ ନେଇ ବରଗଡ଼ ପୁଲିସ ଅବହେଳା ଓ ୮ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏବେ ପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ ପୁଲିସ, ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ବରଗଡ଼ର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରି ରାସ୍ତାରୋକ ମଧ୍ୟ କରାଯାଇଛି। ଫଳରେ ବରଗଡ଼ ରାୟପୁର ଜାତୀୟ ରାଜପଥରେ ଶହ ଶହ ଗାଡି ମଟର ଅଟକି ରହିଛି। ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୁବ୍ ଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ପୀଡ଼ିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ।
ବରଗଡ଼ କୁର୍ଲା ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ: ଧନୁଯାତ୍ରା ଦିନ ପୀଡ଼ିତାଙ୍କ ସହ ନଜର ଆସିଥିଲା ଅଭିଯୁକ୍ତ ରାହୁଲ
ବରଗଡ଼ କୁର୍ଲା ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଦାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୁଲିସ। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୁଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡ଼ିତା ଯୁବତୀଙ୍କ ସହ ଦେଖାଯାଇଥିଲା।
/kanak/media/media_files/2025/01/21/H4Gy5PbClLsq8cFSF1bv.jpg)