କନକ ବ୍ୟୁରୋ : ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶୀର୍ଷାର ନବମ ବାର୍ଷିକ ଉତ୍ସବ(ଉଡ଼ାନ୍)ଶନିବାର ଦିନ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ ଜାନା ଙ୍କ ସଭାପତିତ୍ପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥ୍ ଭାବେ ସାରସକଣା ବ୍ଲକ୍ ର ବିଧାୟକ ଶ୍ରୀଯୁକ୍ତ ଭାଦବ୍ ହାଁସଦା ମହୋଦୟ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ମୟୂରଭଞ୍ଜ ଜିଲ୍ଲାର ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା ଓ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ ସାରସକଣା ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନରାଜ୍ ମହାନ୍ତି, ତହସିଲଦାର ମନୋଜ୍ କୁମାର କର୍ଜୀ, ଜିଲ୍ଲା ବାଳିକା ସମନ୍ଵୟ ଅଧିକାରୀ ପ୍ରଫୁଲ୍ଲ ବାରିକ୍ ଏବଂ ସରପଞ୍ଚ ଭାନୁଚରଣ ମୁଣ୍ଡା । ସଭାର ସଭାପତି ତଥା ଅନୁଷ୍ଠାନର ମୁଖ୍ୟ ସୁମନ ଜାନା ଉତ୍ସବ ଆୟୋଜନର ଉଦ୍ଦେଶ୍ୟ ବିଷୟରେ କହି ମଞ୍ଚରେ ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥ୍ୟ ବିଧାୟକ ଭାଦବ ହାଁସଦା ଆଦର୍ଶ ବିଦ୍ୟାଳଗୁଡିକର ଆଧୁନିକୀକରଣ ଉପରେ କହିଥିଲେ । ମୁଖ୍ୟ ବକ୍ତା ଉପ ଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା ତାଙ୍କ କବିତାର ମୂର୍ଦ୍ଧାନରେ ସମସ୍ତଙ୍କୁ ଆନନ୍ଦିତ କରିଥଲେ। ଜୀବନରେ ବହିର ଗୁରୁତ୍ବ, ପିଲାକୁ ମଣିଷ କରିବା ପାଇଁ ମା ବାପା ଯେ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି ସେ ବିଷୟରେ କହିଥିଲେ। ସମ୍ମାନିତ ଅତିଥ୍ ମାନଙ୍କର ଅଭିଭାଷଣ ଶିକ୍ଷାତ୍ମକ ଥିଲା ଓ ଛାତ୍ରୀଛାତ୍ରୀ ମାନଙ୍କୁ ଆଦର୍ଶ ହେବାପାଇଁ ପ୍ରେରଣା ଦେଇଥିଲା । ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ରାଜ୍ୟର ଲୋକନୃତ୍ୟ ସହିତ ଓଡ଼ିଶୀ, ଢେକ୍ସା, ସମ୍ବଲପୁରୀ, ଝୁମର୍ ଏବଂ ସାନ୍ତାଳି ନୃତ୍ୟ ସହିତ ବଲିଉଡ୍, ଟଲିଉଡ୍ ଏବଂ ଅଲିଉଡ୍ ନୃତ୍ୟ ଇତ୍ୟାଦି। ର୍ୟାମ୍ପ ୱାର୍କ କାର୍ଯ୍ୟକ୍ରମକୁ ଆହୁରି ରୋମାଞ୍ଚକର କରିଥିଲା ।
ସଭାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯକ୍ରମ ହେବା ସହିତ ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏନ୍ ୱାଇ ପି (National Youth Project)ତରଫରୁ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣ ରେ ଶିକ୍ଷାନୁଷ୍ଠାନର ସୁଚାର ରୂପେ ପରିଚାଳନା ପାଇଁ ଅଧ୍ୟକ୍ଷ ସୁମନ୍ ଜାନାଙ୍କୁ ଏନ୍ ୱାଇ ପି ସଂଗଠନ ତରଫରୁ ପୁରସ୍କୃତ କରାଯାଇଥିଲା। ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରି ଉତ୍ସବର ଶୋଭାକୁ ବହୁଗୁଣିତ କରିଥିଲେ। ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରାକେଶ କୁମାର ବେହେରା, ଓଡ଼ିଆ ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ଏବଂ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ମିମାଂସା ନାୟକ ମଞ୍ଚ ପରିଚାଳନା କରିଥିଲେ । ଉତ୍ସବକୁ ସଫଳ କରିବାପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ତମ କୁମାର୍ ବେଢା଼, ଶକୁନ୍ତଳା ମୁର୍ମୁ, ସୌମେନ୍ଦୁ ଜାନା, ଲକ୍ଷ୍ମୀ ମହାନ୍ତ, ସିଙ୍ଗା ମାଣ୍ଡି, ମହେଶ୍ବର ମୁଣ୍ଡା, ଶଶାଙ୍କ ଶେଖର ମିଶ୍ର, ପଙ୍କଜ୍ ବେଶ୍ରା, ବିଶ୍ୱଜିତ୍ ନାଏକ, ଯଶୋବନ୍ତ ମହାନ୍ତ, ଦିବ୍ୟ ରଞ୍ଜନ ରାଉତ୍ , ପ୍ରିୟଙ୍କା ପାତ୍ର, ସଂଗୀତା ସାହୁ, ଦୀପିକା ରାଣୀ ବେହେରା, ରାଜେନ୍ଦ୍ର କୁମାର ନାୟକ ସମସ୍ତ କ୍ଷେତ୍ରର ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ଜୀବ ବିଜ୍ଞାନ ଶିକ୍ଷକ ତାପସ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/shirsha-2026-02-05-15-02-40.jpeg)