କନକ ବ୍ୟୁରୋ: ବରକୁ ବେଦୀରେ ମାରିବାକୁ ଦୁର୍ବୃତ୍ତ ପଠାଇଥିଲେ ସୁପାରୀକିଲର । ହେଲେ ଏଭଳି ଉଦ୍ୟମକୁ ଫସର ଫଟାଇଦେଲେ ଗାଁ ଲୋକେ । ବଲାଙ୍ଗୀରରୁ ଆସିଛି ଏଭଳି ଖବର । ବେଦୀରେ ବର ବସିଥିବାବେଳେ କିଛି ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ମାରିବାକୁ ଯୋଜନା କରୁଥିଲେ । ଗାଁ ଲୋକେ ସେମାନଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି ।
ସ୍ଥାନ- ଦେଓଗାଁ, ବଲାଙ୍ଗୀର । ରବିବାର ରାତିରେ ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ ଗାଇବାହାଲ ଗାଁର ରାଜକୁମାର ପ୍ରଧାନ। ବାଜା ବଜାଇ ରୋଷଣୀ କରି ଦେଓଗାଁରେ ପହଞ୍ଚିଥିଲେ। ବର ଶୋଭାଯାତ୍ରା ପରେ ଖିଆପିଆ ସରିଥିଲା। ଏହାପରେ ବୈଦିକ ରୀତିନୀତିରେ ଆରମ୍ଭ ହୋଇଥିଲା କନ୍ୟା ପାଣିଗ୍ରହଣ କାର୍ଯ୍ୟକ୍ରମ । ଏହି ସମୟରେ କିଛି ନିଶାସକ୍ତ ଯୁବକ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବେଦୀରେ ବରକୁ ହତ୍ୟା କରିବାକୁ ଯୋଜନା କରୁଥିଲେ । ଏହି ସମୟରେ ୬ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସେମାନଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିବା ସହ ନିସ୍ତୁକ ଛେଚିଛନ୍ତି। ତାପରେ ପୋଲିସ ଜିମା ଦେଇଛନ୍ତି।
ଏହି ଖବର ଚାରିଆଡେ ରେ ଚର୍ଚ୍ଚାର ବିଷୟ ହୋଇଛି। ବେଦୀ ଉପରେ ଜଣେ ବରକୁ ମାରିବାକୁ ଯୋଜନା କରିବା ଆଲୋଚନାର ବିଷୟ ହୋଇଛି। ଏହା ପଛରେ କାରଣ କଣ ଥାଇପାରେ ତାହା ଭିନ୍ନ ଭିନ୍ନ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।