୨୦୨୬ ସୁଦ୍ଧା ଭାରତରୁ ମୂଳପୋଛ ହେବେ ମାଓବାଦୀ । ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ହେଲା ରଣନୀତି

Advertisment

ଦେଶରେ କିଭଳି ନକ୍ସଲ ମାନଙ୍କ ପ୍ରାଦୁର୍ଭାବ ରହିଛି, ସେନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଛନ୍ତି, ନକ୍ସଲକୁ ମୂଳପୋଛ କରିବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ। ବିକାଶ ପାଇଁ ମାଓବାଦୀଙ୍କ ମୂଳପୋଛ ନିହାତି ଆବଶ୍ୟକ।

Updated On

ଦେଶରେ କିଭଳି ନକ୍ସଲ ମାନଙ୍କ ପ୍ରାଦୁର୍ଭାବ ରହିଛି, ସେନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଛନ୍ତି, ନକ୍ସଲକୁ ମୂଳପୋଛ କରିବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ। ବିକାଶ ପାଇଁ ମାଓବାଦୀଙ୍କ ମୂଳପୋଛ ନିହାତି ଆବଶ୍ୟକ।

ଅଦ୍ୟତନ ହୋଇଛି
maoist

କନକ ବ୍ୟୁରୋ: ଦେଶରେ କିଭଳି ନକ୍ସଲ ମାନଙ୍କ ପ୍ରାଦୁର୍ଭାବ ରହିଛି, ସେନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଛନ୍ତି, ନକ୍ସଲକୁ ମୂଳପୋଛ କରିବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ। ବିକାଶ ପାଇଁ ମାଓବାଦୀଙ୍କ ମୂଳପୋଛ ନିହାତି ଆବଶ୍ୟକ। ଜାନୁଆରୀରୁ ଏପର୍ଯ୍ୟନ୍ତ ୧୯୪ ମାଓବାଦୀଙ୍କ ନିପାତ ହୋଇଛି। ୮୦୧ ମାଓବାଦୀଙ୍କୁ ଗିରଫ କରାଯାଇଛି। ୭୪୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ତେଣୁ ନକ୍ସଲ ସହ ଜଡ଼ିତ ଯୁବବର୍ଗ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ଅମିତ ଶାହ।

  • ସାମିଲ ହେଲେ ମୋହନ ମାଝୀ
  • ମାଓ ମୁକାବିଲା ପାଇଁ ମାଗିଲେ ସହାୟତା

ମାଓ ମୁକାବିଲା ନେଇ ଦିଲ୍ଲୀରେ ଜରୁରୀ ଉଚ୍ଚସ୍ତରୀୟ ବୈଠକ। ୨୦୨୬ ସୁଦ୍ଧା ଦେଶରୁ କିପରି ନକ୍ସଲ ନିପାତ ହେବେ, ସେ ନେଇ ୮ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହ ମାଓ ମୁକାବିଲା ପାଇଁ କେନ୍ଦ୍ରର ସହାୟତା ମାଗିଛନ୍ତି।

  • ସ୍ବତନ୍ତ୍ର ହେଲିକପ୍ଟର, ସୁରକ୍ଷା ବଳ ଏବଂ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବା ଜରୁରୀ
  • ମାଓ ମୁକାବିଲା ପାଇଁ ଓଡ଼ିଶା ସରକାର ୩ଟି ବାଟାଲିୟନ ଅଫ୍ ଏକ୍ସ-ସର୍ଭିସମ୍ୟାନ୍ ଓଏସଏସଫ୍ ଗଠନ
  • ଛତିଶଗଡ଼ରୁ ଅନୁପ୍ରବେଶକୁ ରୋକିବା ଓ ଗୁଇନ୍ଦା ସୂଚନା ଭିତ୍ତିକ ଅପରେସନ୍ ବୃଦ୍ଧି ଜରୁରୀ
  • ଅନୁପ୍ରବେଶ ବନ୍ଦ ହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ବାହିନୀକୁ ପ୍ରତ୍ୟାହାର ନକରିବା ନିବେଦନ କରାଯାଇଛି
  • ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ୧୨ଜଣ ସିଏପିଏଫ୍ ଯବାନଙ୍କୁ ଅତି କମରେ ଦୁଇ ବର୍ଷ ମୁତୟନ ଦାବି

ନିକଟରେ ଛତିଶଗଡ଼ରେ ବଡ଼ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ସଫଳ ହୋଇଛି। ସୁରକ୍ଷା ବାହିନୀର ଗୁଳିରେ ନିହତ ହୋଇଛନ୍ତି ୩୬ ଜଣ ମାଓବାଦୀ। ଆଗାମୀ ଦିନରେ ନକ୍ସଲ ବିରୋଧୀ ଅଭିଯୋଗ ଆହୁରି ଜୋରଦାର କରିବାକୁ ବୈଠକରେ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe