ଘାଟିରୁ ଖସିଲା ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ୍ ଓ ଫାର୍ମାସିଷ୍ଟ ଆହତ

ଭାରସାମ୍ୟ ହରାଇ ଘାଟିକୁ ଖସିଲା ୧୦୮ ଆମ୍ବୁଲାନ୍ସ । ଏମକେସିଜି ହସ୍ପିଟାଲରେ ରୋଗୀଙ୍କୁ ଛାଡ଼ି ଫେରିବାବେଳେ ରାୟଗଡ଼ା ଗୋଇବନ୍ଧା ଘାଟିରେ ଅଘଟଣ । ଆଟେଣ୍ଡାଣ୍ଟ୍ ଓ ଫାର୍ମାସିଷ୍ଟ ଆହତ ।

Rayagarh ambulance accident

Rayagarh ambulance accident Photograph: (KanakNews)

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ୧୦୮ ଆମ୍ବୁଲାନ୍ସ । ରାସ୍ତାରୁ ପାଖାପାଖି ୧୫ରୁ ୨୦ ଫୁଟ ତଳକୁ ଖସିଯାଇଛି ଆମ୍ବୁଲାନ୍ସ । ଗତକାଲି ଏମକେସିଜି ହସ୍ପିଟାଲରେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ରାୟଗଡା ଜିଲ୍ଲାର ଗୋଇବନ୍ଧା ଘାଟିରେ ଘଟିଛି ଦୁର୍ଘଟଣା । 

ଘାଟିରେ ବ୍ରେକ୍ ମାରିବାକୁ ଅନେକ ଚେଷ୍ଟା କରୁଥିଲେ ବି ବ୍ରେକ୍ ଫେଲ୍ ହେବାରୁ ଗାଡ଼ିକୁ ନିୟନ୍ତ୍ରଣ କରିବା ଡ୍ରାଇଭର ପକ୍ଷରେ ସମ୍ଭବ ନଥିଲା । ଆଉ ଶେଷରେ ଘାଟି ତଳକୁ ଖସିପଡ଼ିଥିଲା ଆମ୍ବୁଲାନ୍ସ । ଗତ ୨ ଦିନ ତଳେ ଆମ୍ବୁଲାନ୍ସର ବ୍ରେକ୍ ମରାମତି କରାଯାଇଥିଲେ ବି ଭଲଭାବରେ କାମ ହୋଇନଥିବାରୁ ଏଭଳି ସମସ୍ୟା ହୋଇଥାଇପାରେ ବୋଲି ଡ୍ରାଇଭର ଜଣକ କହିଛନ୍ତି । ଦୁର୍ଘଟଣାରେ ଆଟେଣ୍ଡାଣ୍ଟ୍ ଓ ଫାର୍ମାସିଷ୍ଟ ଆହତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe